ads

Breaking News

ସାକ୍ଷୀଗୋପାଳରେ ସ୍ୱାସ୍ଥ୍ୟ ସେବା ଶିବିର; ୩ଶହରୁ ଅଧିକ ରୋଗୀ ଚିକିତ୍ସା ହେଲେ

 


ସାକ୍ଷୀଗୋପାଳ----- ସାକ୍ଷୀଗୋପିନାଥଙ୍କ ସେବାୟତ ମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି ।  ସେବକସାହିରେ ଥିବା ମା ଜାଗେଶ୍ୱରୀ  ମଣ୍ଡପ ପରିସରରେ ଏହି ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ସେବାୟତ ମାନଙ୍କ ସହିତ ଆଖ ପାଖ ଅଞ୍ଚଳର ପ୍ରାୟ ୩ଶହ ଅଧିକ ରୋଗି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ନେଇଥିଲେ ।ସାକ୍ଷୀଗୋପିନାଥଙ୍କ ସେବାୟତ ସଂଘ ଓ ଭୁବନେଶ୍ୱର ହାଇଟେକ ମେଡିକାଲ ଓ କଲେଜ ପକ୍ଷରୁ ଏହି ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା । ଏଥିରେ ଡା ଅଜିତ କୁମାର ମେହେର, ଶିଶୁ ବିଶେଷଜ୍ଞ ଡା, ସତ୍ୟପ୍ରତ ମହାନ୍ତି, ଅସ୍ଥିଶଲ୍ୟ ଡା, ଅଂଶୁମାନ ଦାଶ, ସର୍ଜରୀ ଡା. ସୌରଭ ପାଇକରାୟ, ୁଚକ୍ଷୁ ଡାକ୍ତର ସଞ୍ଜନା ସାହୁଙ୍କ ସହିତ ଫାମାସିଷ୍ଟ ସନତ କୁମାର ବେହେରା  ପ୍ରମୁଖ ଯୋଗଦେଇ ରୋଗୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରିବା ସହ  ପରାମର୍ଶ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ, ଉଚ୍ଚ ରକ୍ତଚାପ, ମଧୁମେହ ଆଦି ପରୀକ୍ଷା କରାଯାଇଥିଲା । ଶିବିରଟିକୁ ସେବାୟତ ସଂଘର ପରିଚାଳନା କମିଟିର ସଦସ୍ୟ  ପ୍ରତାପ କୁମାର ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ, ଅନ୍ୟ ମାନଙ୍କ ମଧ୍ୟରେ ଶୁଭଦର୍ଶୀ ମହାପାତ୍ର ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୮/୨୦୨୪   Sakhigopal News, 18/8/2024----8,45

ads

Blog Archive

Popular Posts