ads

Breaking News

ସଂକୁଳ ସ୍ତରୀୟ ଶିକ୍ଷାପରିଷଦ କର୍ମଶାଳା ଅନୁଷ୍ଠି


 ବରଗଡ଼ ---- ବରଗଡ ଜିଲ୍ଲା ଭେଡେନ ବ୍ଲକ ମହୁଲପାଲି ଠାରେ ସଂକୁଳ ସ୍ତରୀୟ ଶିକ୍ଷାପରିଷଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପରିଚାଳନା ସମିତିର ସଭାପତି ଗୁପ୍ତେଶ୍ୱର ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସମସ୍ତଙ୍କ ଶୁଭମନାସି ଗୁରୁଜୀ ଗୁରୁମାଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ଧର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।ସଙ୍କୁଳ ସଂଯୋଜକ ଅଶ୍ଵିନୀ କୁମାର ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଝିଲିମିଣ୍ଡା ପ୍ରଧାନ ଆଚାର୍ଯ୍ୟ ମୁକୁନ୍ଦ ମହାରଣା କାର୍ଯକ୍ରମ ପରିଚାଳନା କରିଥିଲେ ।ଉକ୍ତ କର୍ମଶାଳାରେ ନିଶାନ୍ତ ମହାରଣା ଇଂରାଜୀ କାଳା°ଶ  ଓ ବୁଦ୍ଧଦେବ ଭୋଇ ଗଣିତ  କାଳା°ଶ କରିଥିଲେ ।ସମ୍ପାଦକ ଲକ୍ଷ୍ମୀନାରାୟଣ କର ଓ ପୂର୍ବତନ ସମ୍ପାଦକ ଜୟକୃଷ୍ଣ ପଧାନ ମଞ୍ଚାସୀନ ଥିଲେ ।ଶିଶୁ ଭଉଣୀମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିବା ବେଳେ ପଦ୍ମଲୋଚନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କର୍ମଶାଳାରେ ରେ ଭୋଜରାଜ ଦୁଆନ ଓ ଶଙ୍କର୍ଷଣ ମିଶ୍ର ସହଯୋଗ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ୫୦ ଜଣ ଗୁରୁଜୀ ଗୁରୁମା ଅଂଶ ଗ୍ରହଣ କରିଥିଲେ ।କାର୍ଯକ୍ରମଟିକୁ ସମସ୍ତ ଗୁରୁଜୀ ଗୁରୁମା,ସେବକ ସେବିକା,ପରିଚାଳନା ସମିତିର ସଦସ୍ୟ,ସଦସ୍ୟା ପରିଚାଳନା ରେସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୬/୮/୨୦୨୪----୧୦,୩୫ Sakhigopal News,26/8/2024

ads

Blog Archive

Popular Posts