ads

Breaking News

ରେମଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟ ଛାତ୍ରୀ ଆଦ୍ୟା ବହିଦାର ଙ୍କ କୃତିତ୍ୱ




 ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟ ର ଛାତ୍ରୀ ଆଦ୍ୟା ବହିଦାର ତାଙ୍କ ସଫଳତା ହାସଲ କରିଛନ୍ତି। ଗତ ୧୩ ତାରିଖ ଦିନ ଟାଟାଷ୍ଟିଲ ଓ ପଠାଣି ପ୍ଲାନେଟରିୟମ ଭୁବନେଶ୍ବର ଠାରେ ଯୁବଜ୍ୟୋତିର ବିଜ୍ଞାନୀ ପ୍ରତିଭା ଚୟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମଗ୍ର ରାଜ୍ୟର ୩୦୦ ଶହ ଉଚ୍ଚ ବିଦ୍ୟାଳୟ ର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତ୍ୟେକ ଜିଲ୍ଲା ରୁ ୨ ଜଣ ଚୟନ ଛାତ୍ରଛାତ୍ରୀ ହୋଇ ପଠାଣି ସାମନ୍ତ ପ୍ଲାନେଟରିୟମ ଭୁବନେଶ୍ବର ଯାଇଥିଲେ। ସେମାନେ ମଧ୍ୟ ରୁ ୨୦ ଜଣ ଛାତ୍ରଛାତ୍ରୀ ଚୟନ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେମଣ୍ଡା ଉଚ୍ଚ ବାଳିକା ବିଦ୍ୟାଳୟ ର ଛାତ୍ରୀ ଆଦ୍ୟା ବହିଦାର ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପରିଭ୍ରମଣ ପାଇଁ ଚୟନ ହୋଇଥିବା ଜଣାପଡିଛି। ଏଥିପାଇଁ ସମଗ୍ର ବରଗଡ଼ ଜିଲ୍ଲା ତଥା ଭେଡେନ ବ୍ଲକ ରେମଣ୍ଡା ଅଞ୍ଚଳର ଖୁସିର ଲହରୀ ଖେଳିଯାଇଛି। ଶିକ୍ଷକ ପ୍ରତାପ ବହିଦାର, ମାତା ଛାୟା ବହିଦାର ଓ ଶିକ୍ଷକଶିକ୍ଷୟିତ୍ରୀ ଙ୍କୁ ଆଦ୍ୟା  ଶ୍ରେୟ ଦେଇଛନ୍ତି। ଆଦ୍ୟା ଭବିଷ୍ୟତରେ ବୈଜ୍ଞାନିକ ହେବାର ଆଶା ରଖିଛନ୍ତି।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୨/୨୦୨୨---୮,୪୫ Sakhigopal News,14/12/2022

ads

Blog Archive

Popular Posts