ads

Breaking News

ପୂର୍ବତଟ ରେଳବାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ଏଡ୍ସ ଦିବସ ପାଳିତ




ଜଟଣୀ --ଖୋର୍ଦ୍ଧା ରୋଡ୍ ଡିଭିଜନାଲ ରେଳ ହସ୍ପିଟାଲରେ “ବିଶ୍ୱ ଏଡ଼ସ୍ ଦିବସ” ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଡିଭିଜନାଲ ରେଲୱେ ହସପିଟାଲରୁ ଖୋର୍ଦ୍ଧା ରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଯାହା ରେଲୱେ କଲୋନୀ ଏବଂ ଷ୍ଟେସନ ଅଞ୍ଚଳକୁ ଏଡସ୍ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲା। ଏହି ରାଲିକୁ ଖୋର୍ଦ୍ଧା ରୋଡ୍ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ) ଡ଼.ପି.କେ.ଦାସ ଉଦ୍ଘାଟନ କରିଥିଲେ । ସମସ୍ତ ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ପରିବେଶ ହାଉସ୍ କିପିଂ ମ୍ୟାନେଜମେଣ୍ଟ ୱିଙ୍ଗର କର୍ମଚାରୀ ଏବଂ ସ୍କାଉଟ୍ସ ଆଣ୍ଡ ଗାଇଡ୍ ଏହି ରାଲିରେ ଅଂଶଗ୍ରହଣ କରିଥିଲେ । ଏଡ଼ସ୍ ଉପରେ ସତର୍କତାମୂଳକ ପଦକ୍ଷେପ ଏବଂ ଏଡସରେ ପୀଡିତ ରୋଗୀଙ୍କୁ କିପରି ମୁକାବିଲା କରାଯିବ ସେନେଇ ପୋଷ୍ଟର ଏବଂ ସ୍ଲୋଗାନ ଦେଇଥିଲେ। ଏହି ବର୍ଷର ବିଶ୍ୱ ଏଡ଼ସ୍ ଦିବସର ବିଷୟବସ୍ତୁ ହେଉଛି “ସମାନତା” ।  ଅସମାନତାକୁ ଦୂର କରିବା ଏବଂ ଏଡ଼ସ୍ ବିଲୋପ କରିବାରେ ସହାୟତା ପାଇଁ ଆବଶ୍ୟକ ପ୍ରୟାସ-ସତ୍ୟ ପ୍ରଣାଳୀ ଅନୁସରଣ କରିବା ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ ।  ଏହି ଅବସରରେ ଏକ ଅଂଶ ଭାବରେ ଡିଭିଜନାଲ ରେଳ ଡାକ୍ତରଖାନାର ଅଡିଟୋରିୟମରେ, ଖୋର୍ଦ୍ଧା ରୋଡ୍ ମୁଖ୍ୟ ଚିକିତ୍ସା ଅଧୀକ୍ଷକ (ସିଏମଏସ), ଡ। ଏସ ସି ପ୍ରଧାନଙ୍କ ନେତୃତ୍ୱରେ ଏକ ସେମିନାର ଆୟୋଜନ କରାଯାଇଥିଲା। ସେମିନାରରେ ସମସ୍ତ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧୨/୨୦୨୨----୯,୧୦ Sakhigopal News,1/12/2022

ads

Blog Archive

Popular Posts