ads

Breaking News

୫୪ଗ୍ରାମ ଧଳା ଜହର ଜବତ, ଦୁଇ ଗିରଫ

 



ସାକ୍ଷୀଗୋପାଳ ----- ସତ୍ୟବାଦୀ ପୋଲିସକୁ ମିଳିଛି ଏକ ବଡ ସଫଳତା । ସତ୍ୟବାଦୀ ପୋଲିସ ୫୪ ଗ୍ରାମ ଧଳା ଜହର ( ବ୍ରାଉନ ସୁଗାର ) ଜବତ କରିବା ସହ ଦୁଇ ବେପାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଆଜି ପିପିଲି ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦେବଦତ୍ତ ବରାଳ ସତ୍ୟବାଦୀ ଥାନାରେ ଏକ ସାମ୍ବାଦିକ ସମ୍ମଳନୀ ମାଧ୍ୟରେ ଜଣାଇଛନ୍ତି । କୌଣସି ସୁତ୍ରରୁ ଖବର ପାଇ ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସତ୍ୟବାଦୀ ଥାନାର ମହିଳା ସବ ଇନ୍ସପେକ୍ଟରମମତା ବିଶ୍ୱାଳ, ଏ ଏସ ଆଇ କୃଷ୍ଣଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ପୋଲିସ ଟିମ ବକୁଳବନ ଛକ ନିକଟରେ ଚଡାଉ କରି ଗବପଡାର ରାକେଶ କୁମାର ସ୍ୱାଇଁ ଓ ପୋଡଙ୍ଗସାହିର ଅନନ୍ତମଣି ମିଶ୍ରଙ୍କୁ ଗିରଫ କରି ସେମାନଙ୍କ ଠାରୁ ୫୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୧୮ ହଜାର ସାତଶହ ଟଙ୍କା ମୋବାଇଲି ଫୋନ ଓସ୍କୁଟି ଜବତ କରିବାରେ ସଫଳତା ପାଇଛନ୍ତି । ଏ ସମ୍ପର୍କରେ ସତ୍ୟବାଦୀ ଥାନା କେସନଂ୩୬୮ ରେ ଏକ କେସରୁଜ କରି କୋର୍ଟଚାଲାଣ କରାଯାଇଛି । ଏହି ଚଡାଉ ଜାରି ରହିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୨/୨୦୨୨----୧୦-୧୦   Sakhigopal News, 13/12/2022

ads

Blog Archive

Popular Posts