ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ , ଜଣେ ମୃତ ଜଣେ ଗୁରୁତର
ଭଞ୍ଜନଗର - ପୂର୍ବ ଶତ୍ରୃତା କୁ କେନ୍ଦ୍ରକରି ଦୁଇ ଯୁବକଙ୍କ ମଧ୍ୟରେ ସଂଘବଦ୍ଧ ଆକ୍ରମଣ ଘଟିଯାଇଛି। ଏଥିରେ ଜଣଙ୍କର ମୃତ ହୋଇଥିବା ବେଳେ ଜଣେ ଗୁରୁତର । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗି – ଖାରିଗୁଡା ଗାଁ ରାସ୍ତାରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ହେଲେ ନିକଟସ୍ଥ କାଳିଆଗୁଡା ଗାଁ ର ଅମର ରାଉତ । ଆହତ ଯୁବକ ଜଣକ ମଧ୍ୟ ସେହି ଗାଁ ର ଶିବ ପ୍ରଧାନ । ଆହତ ଯୁବକର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ ଗତ ରାତିରେ ଗାଙ୍ଗପୁରର ଥାନା ଅନ୍ତର୍ଗତ ବଡବୋରସିଙ୍ଗି – ଖାରିଗୁଡା ରାସ୍ତା ରେ ଏକାଧିକ ଯୁବକ ପୂର୍ବ ପ୍ରସ୍ତୁତି ପ୍ରକାରେ ଆକ୍ରମଣ କରିଥିବା ନେଇ ମୃତ ଯୁବକଙ୍କ ବାପା ଡାକ୍ତର ରାଉତ କହିଛନ୍ତି । ଗୁରୁତର ଆହତ ଅବସ୍ଥାରେ ଉଭୟ ଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତି କରାଯାଇଥିବା ବେଳେ ଅମର କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୪/୧୨/୨୦୨୨----୧୨,୧୦ Sakhigopal News,14/12/2022



