ads

Breaking News

ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ



ସାକ୍ଷୀଗୋପାଳ------ ସତ୍ୟବାଦୀ ପଟ୍ଟନାୟିକିଆ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ବାର୍ଷିକ କ୍ରୀଡା ଉତ୍ସବ ମଙ୍ଗଳବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । କ୍ରୀଡା ଉତ୍ସବକୁ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପ୍ରକଳ୍ପ ଅଧିକାରୀ ( ପି.ଡି) ଜ୍ୟୋତିଶଙ୍କର  ମହାପାତ୍ର, ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତି ଘୋଷ ଓ ଅନ୍ୟତମ ଅତିଥି ଭାବେ ମଣ୍ଡଳ ଉନ୍ନୟନ ଅଧିକାରୀ ଲୋଚନ ଦାସ, ବ୍ଳକ ଶିକ୍ଷା ଅଧିକାରିଣୀ ଭବମ ପ୍ରଧାନ ଯୋଗ ଦେଇ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କ୍ରୀଡା ପତାକାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ବିନ୍ଦୁସାଗର ସ୍ୱାଇଁ ସଭାପତିତ୍ୱ କରିଥିଲେ । ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଅତିଥି ମାନଙ୍କୁ ଅଭିବାଦନ ଜଣାଇଥିଲେ । ଅନୁଷ୍ଠିତ କ୍ରୀଡାରେ ବିଦ୍ୟାଳୟର ୩୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୧୨୦ ଜଣ ୧,୨ଓ୩ୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଗୋଲଡ, ରୌପ୍ୟ ଓ କାଂଶ ପଦକ ବିତରଣ କରାଯାଇଥିଲା । ଦୌଡ, ହାଇଜମ୍ପ, ଲଙ୍ଗଜମ୍ପ, ମ୍ୟୁଜିକଚେୟାର, ଥ୍ରୋବଲ ଓ ଦଉଡିଡିଆଁ ଆଦି କ୍ରୀଡା କରାଯାଇଥିଲା । ବିଦ୍ୟାଳୟର ଶାରିରୀକ ଶିକ୍ଷକ ସୁଧୀର କୁମାର ସାହୁ ଓ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ମାନେ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ ।  ବିଶେଷ କରି ଏହି ବିଦ୍ୟାଳୟର୯ମ ଶ୍ରେଣୀର ଛାତ୍ର ସାଇ ସୋହମ ପ୍ରଧାନ ଜାତୀୟ ସ୍ତରରେ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ସହ ସେଠାରେ ଚିତ୍ରାଙ୍କନପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଓ କୁଇଜ ପ୍ରତିଯୋଗିତାରେ  ସ୍ଥାନ ଅଧିକାର କରି ବିଦ୍ୟାଳୟ ସହିତ ସତ୍ୟବାଦୀର ନାମ ଟେକ ରଖିଥବା ସାଇସୋହମକୁ ଅତିଥି ଓ ବିଦ୍ୟାଳୟ ପକ୍ଷରୁ ଶୁଭେଚ୍ଛା ଦିଆଯାଇଥିଲା ।  ମଞ୍ଚ ପରିଚାଳନା କରିଥିଲେ ମଧୁସ୍କିତା ସାହୁ । ଧନ୍ୟବାଦ ଦେଇଥିଲେ ଅମରଜିତି ପାଇକରାୟ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୧୨/୨୦୨୨----୧୦-୧୦   Sakhigopal News, 13/12/2022

ads

Blog Archive

Popular Posts