ads

Breaking News

ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

 

ସାକ୍ଷୀଗୋପାଳ ----ସ୍ଥାନୀୟ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ଶକ୍ତି ସଂରକ୍ଷଣ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଆଲୋଚନା ଚକ୍ରରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ। ଛାତ୍ରଛାତ୍ରୀ ମାନେ ଏକଜୁଟ ହୋଇ ଶକ୍ତିର ଅପଚୟ ରୋକିବା ପାଇଁ ଶପଥ ପାଠ କରିବା ସହ ଶକ୍ତିର ସଂରକ୍ଷଣ ବିଷୟରେ ବକ୍ତୃତା ରଖିଥିଲେ। ଶିକ୍ଷୟିତ୍ରୀ ବୈଜୟନ୍ତୀ ମିଶ୍ର ଶକ୍ତି ସଂପର୍କିତ ମୂଲ୍ୟବୋଧ ଭିତ୍ତିକ ତଥ୍ୟ ପ୍ରଦାନ ସ୍ବରୂପ ଅପଚୟର ଭୟାବହତା ବୁଝାଇଥିଲେ। ସଚେତନ ହୋଇ ଶକ୍ତିର ବ୍ୟବହାର କରିବା ପାଇଁ ଶିକ୍ଷୟିତ୍ରୀ ତପସ୍ବିନୀ ତ୍ରିପାଠୀ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ ଦେଇଥିଲେ। ପରେ ପରେ ଛାତ୍ରଛାତ୍ରୀ ମାନେ ଶକ୍ତି ସଂପର୍କିତ ସ୍ଲୋଗାନ ଦେବା ପରେ ସଭା ସାଙ୍ଗ କରାଯାଇଥିଲା। ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ   ପୁନମ କୁଜୁର,ସୌଦାମିନୀ ନାୟକ, ଦୀପାମୁଦ୍ରା ଗୁରୁ,ନିହାରିକା ସେନାପତି,ସୁଚିତ୍ର ଖଟେଇ ଓ କୃଷ୍ଣପ୍ରିୟା ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।
 ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୫/୧୨/୨୦୨୨---୧୨,୪୫ Sakhigopal News,15/12/2022

ads

Blog Archive

Popular Posts