ads

Breaking News

ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ



 ବରଗଡ଼----  ବରଗଡ ଜିଲ୍ଲା ଅତାବିରା ବ୍ଲକ
ଗ୍ରାମ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
କାଦୋବାହାଲ ଗ୍ରାମ ପଞ୍ଚାୟତ ଓ CSA କାଦୋବାହାଲର ମିଳିତ ଆନୁକୂଲ୍ୟରେ  କାଦୋବାହାଲ ହାଇସ୍କୁଲ ପଡିଆ ଠାରେ ପାଞ୍ଚୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ସକାଳ ୯ ଟାରେ ଗୋଡ଼ଭଗା ଠାରୁ କାଦୋବାହାଲ ହାଇସ୍କୁଲ ପଡିଆ (୧୨ କିମି )ପର୍ଯ୍ୟନ୍ତ ଏକ ଗଣ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ଗୋଡ଼ଭାଗା ଫାଣ୍ଡି ଅଧିକାରୀ ଶ୍ରୀ ବିପିନ ବାଗ ଫିତା କାଟି ଉଦଘାଟନ କରିଥିଲେ । ପରେ ହାଇସ୍କୁଲ ପଡିଆରେ ବାଳକ ବାଳିକା ମାନଙ୍କୁ ନେଇ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ କାଦୋବାହାଲ ପୂର୍ଵତନ ଖେଳ ଶିକ୍ଷକ ଶ୍ରୀ ଭୁବନେଶ୍ୱର ମହାକୁଡ଼, ଜାତୀୟ କୋଚ ଶିବ ପ୍ରସାଦ ମିଶ୍ର, କାଦୋବାହାଲ ସରପଞ୍ଚ ଶ୍ରୀ ଗିରିଧାରୀ ପଧାନ, ଅତାବିରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅନନ୍ତ ମେହେର, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସରୋଜ ନନ୍ଦ, ଆନ୍ତର୍ଜାତୀୟ ପର୍ବତାରୋହୀ କୁମାରୀ ଲିପିକା ସେଟ, କାଦୋବାହାଲ କଲେଜ ଅଧ୍ୟକ୍ଷ ସୁରେନ୍ଦ୍ର ଦାଶ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାକୁ ପ୍ରୀତମ ପଣ୍ଡା,ସୁନୀଲ ସିଂ, ବିଦ୍ୟାଧର ସାହୁ, ଅନିତା ଭୁଏ, ମାନିନୀ ମେହେର, ରଞ୍ଜନ ପାତ୍ର କାଦୋବାହାଲ କଲେଜର ଖେଳ ଶିକ୍ଷକ ଶିବ ଶଙ୍କର ପାଢ଼ୀ, ରାଜେଶ ଭୋଇ ଓ CSA କାଦୋବାହାଲର ସମସ୍ତ ସଭ୍ୟ ଖେଳ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ସମବାୟ ବିଭାଗ ର ଏରିଆ ଅଫିସର  ଦୁର୍ଗା ପ୍ରସାଦ ଛୁରିଆ, ସମ୍ମାନିତ ଅତିଥି ଭାବେ ଅତାବିରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ଚନ୍ଦ୍ର ମେହେର,  ଅତାବିରା ଅତିରିକ୍ତ ଗିରିନ୍ଦ୍ର ସାହୁ, ଅତାବିରା ଥାନା ଭାରପ୍ରାପ୍ତ ଅଧିକାରୀ ଅନିଲ ପଧାନ, ଗୋଡଭଗା ଫାଣ୍ଡି ଅଧିକାରୀ ବିପିନ ବାଗ , ସହକାରୀ ଯନ୍ତ୍ରୀ ରାକେଶ ସାହୁ,କାଦୋବାହାଲ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନାରାୟଣ ଭୋଇ ,  ପେକ୍ସ ର ସଭାପତି ଗୋଲୀ ରାଜୁ,  ପରିଦର୍ଶିକା ଅତାବିରା ପାରଦର୍ଶିକା ରେଣୁବାଳା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ବିଭିନ୍ନ ବର୍ଗର କବାଡି ପ୍ରତିଯୋଗିତା ହୋଇଥିଲା । ଗଣ ଦୌଡ଼ରେ ଆକାଶ ମିର୍ଧା, ଠେମରା (ସମ୍ବଲପୁର) ପୁରୁଷ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ମହିଳା ବର୍ଗରେ ନମିତା ପଧାନ (ବରଗଡ଼)ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହି ସଭାରେ ପୂର୍ଵତନ ଖେଳ ଶିକ୍ଷକ ଆଶୁତୋଷ ଦେ ଓ ଭୁବନେଶ୍ୱର ମହାକୁଡ଼ଙ୍କୁ ସମ୍ମାନିତ କରାଯାଇଥିଲା ।  ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୪/୧୨/୨୦୨୨----୧୧,୪୫ Sakhigopal News,14/12/2022

ads

Blog Archive

Popular Posts