ads

Breaking News

ଭାଗବତ ପାରାୟଣ ଉଦଯାପିତ

 
ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପରଜାପଡା ପଞ୍ଚାୟତର ଇଟାତଳି ଗ୍ରାମରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ୧୦ ତାରିଖ ଠାରୁ ଆରମ୍ଭ ହୋଇ ରବିବାର ଦିନ ଉଦଯାପିତ ହୋଇଯାଇଛି। ପବିତ୍ର ମହାକାର୍ତ୍ତିକ ମାସରେ ଭାଗବତ ଓ କାର୍ତ୍ତିକ ପୁରାଣ ଶୁଣିଲେ ବହୁ ପୁଣ୍ୟ ମିଳିଥାଏ ବୋଲି ପୁରାଣ ଶାସ୍ତ୍ରରେ ଉଲ୍ଲେଖ ଅଛି। ପୁରୀ ହାତୀଶାଳ ମଠର ବାବାଜି ଭାଗବତ ପାଠ କରିବା ସହ ଆଧ୍ୟାତ୍ମିକ ଚେତନା ଭକ୍ତ ମାନଙ୍କୁ ପ୍ରତିଦିନ ସନ୍ଧ୍ୟାରେ ଶୁଣାଇଥିଲେ । ଗ୍ରାମବାସୀ ମାନଙ୍କ ପକ୍ଷରୁ ରବୀନ୍ଦ୍ର ମହାପାତ୍ର, ଧଡୁ ସାହୁ, ପ୍ରଫୁଲ୍ଲ ସାହୁ, ସର୍ବେଶ୍ଵର ସାହୁ, ନିରଞ୍ଜନ ଚୈଧୁରୀ,ଭାଲୁ ବାରିକ, ଯୋଗେନ୍ଦ୍ର ବାରିକ, ଶଙ୍କର ବାରିକ, ନାରାୟଣ ସାହୁ, ରବିନ୍ଦ୍ର ସାହୁଙ୍କ ସମେତ ଗ୍ରାମବାସୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଉଦଯାପନ ଦିବସ ରେ ନାମ ସଂକୀର୍ତ୍ତନ କରାଯାଇ ଗ୍ରାମ ପରିକ୍ରମା କରିଥିଲେ। ଶେଷରେ ସମୂହ ପ୍ରସାଦ ସେବନ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୭/୧୦/୨୦୨୨----୬,୨୦ Sakhigopal News,17/10/2022 

ads

Blog Archive

Popular Posts