ମହାଭୈରବୀ ବେଶରେ ଦର୍ଶନ ଦେଲେ ମା ଦକ୍ଷିଣକାଳୀ : ବିଳମ୍ବିତ ରାତିରେ ମେଲାଣି
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ପ୍ରସିଦ୍ଧ ତନ୍ତ୍ର ପୀଠ ବୀରଗୋବିନ୍ଦପୁର ଶାସନରେ ପୂଜିତ ମା' ଦକ୍ଷିଣକାଳୀ ମହାଭୈରବୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ମହାଭୈରବୀ ବେଶ ବର୍ଷକୁ ଥରେ ଦେଖିବାକୁ ମିଳିଥାଏ। ଏହି ବେଶ ସୋମବାର ରାତିରେ ସେବାୟତମାନେ ସମସ୍ତ ନୀତି କାନ୍ତି କରିବା ପରେ ମହାଭୈରବି ବେଶ ରେ ଦର୍ଶନ ଦେଇଛନ୍ତି । ଏହି ପୀଠରେ ମା ବର୍ଷ ତମାମ ପଟ୍ଟଚିତ୍ର ରେ ପୂଜା ପାଇଥାନ୍ତି, ମା ମୃଣ୍ମୟୀ ମୂର୍ତ୍ତି ରେ ପୂଜା ପାଇଥାନ୍ତି । ଏ ବର୍ଷ ସୂର୍ଯ୍ୟ ପରାଗ ଲାଗିଥିବାରୁ ଭକ୍ତଙ୍କ ଗହଳି ସେପରି ନଥିଲା। ଭକ୍ତ ମାନେ କିପରି ଶାନ୍ତି ଶୃଙ୍ଖଳା ସହିତ ମା ଙ୍କୁ ଦର୍ଶନ କରି ଯିବେ ସେଥିପାଇଁ ସତ୍ୟବାଦୀ ପ୍ରଶାସନ ଓ ଗ୍ରାମ କୋଠ ପ୍ରସ୍ତୁତ ରହିଛନ୍ତି । ଗ୍ରାମ ଓ ମା'ଙ୍କ ପୀଠ ଚଳଚଞ୍ଚଳ ହୋଇପଡିଛି। ଗ୍ରାମ ଦାଣ୍ଡରେ ରଙ୍ଗବେରଙ୍ଗ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଭକ୍ତ ମାନଙ୍କ ର ଗମନାଗମନ ସୁବିଧା ପାଇଁ ବାଇପାସ୍ ରାସ୍ତାରେ ଯିବା ଆସିବା କରାଯାଇଥିଲା । ମନ୍ଦିର ନିକଟ ରେ ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପ୍ରଶାସନ ଅଧିକାରୀ ମାନେ ସେଠାରେ ଉପସ୍ଥିତ ରହିଛନ୍ତି । ମନ୍ଦିରକୁ ରଙ୍ଗବେରଙ୍ଗ ଫୁଲରେ ସଜାଯାଇଛି । ବିଳମ୍ବିତ ରାତିରେ ବିରାଟ ସଲଟନ କରି ଚନ୍ଦନପୁର ଭାର୍ଗବୀ ନଦୀ ରେ ବିସର୍ଜନ ହୋଇଥିଲେ । ଏହି ଅବସରରେ ଗ୍ରାମ ଦାଣ୍ଡରେ ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲିଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୧୦/୨୦୨୨---୪,୨୦ Sakhigopal News,25/10/2022
ମହାଭୈରବୀ ବେଶରେ ଦର୍ଶନ ଦେଲେ ମା ଦକ୍ଷିଣକାଳୀ : ବିଳମ୍ବିତ ରାତିରେ ମେଲାଣି
Reviewed by sakhigopal news
on
03:49
Rating: 5
Reviewed by sakhigopal news
on
03:49
Rating: 5



