ads

Breaking News

ଅଁଳା ନବମୀ ଯାତ୍ରା ରେ ପ୍ରୟାସ ପରିବାର ପକ୍ଷରୁ ସେବା କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି



ସାକ୍ଷୀଗୋପାଳ ---- ଆସନ୍ତା ନଭେମ୍ବର ୨ ତାରିଖ ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପବିତ୍ର ଅଁଳା ନବମୀ ଯାତ୍ରା ଅନୁଷ୍ଠିତ ହେବ। ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ ହେବା ସହିତ ଶ୍ରୀ ଗୋପାଳଜିଉ ଓ ଠାକୁରାଣୀ ମା ରାଧାରାଣୀଙ୍କ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ। ଦୁଇ ବର୍ଷ ଯାତ୍ରା ମହାମାରୀ କରୋନା ଯୋଗୁଁ ଯାତ୍ରା ବନ୍ଦ ରହିଥିଲା । ଏ ବର୍ଷ କଟକଣା ନଥିବାରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେବ। ଏହାକୁ ନଜର କରି ସ୍ଵେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ନୂଆ ସୋମେଶ୍ୱର ପୁର ପଞ୍ଚାୟତ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସକ୍ରିୟ ସଦସ୍ୟ ଗଙ୍ଗାଧର ଛାଟୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ କାମାକ୍ଷା ପ୍ରସାଦ ପ୍ରଧାନ, ରାଜ୍ୟ କୃଷକମୋର୍ଚ୍ଚା ନାବାର୍ଡ ସଂଯୋଜକ ପ୍ରାଚ୍ୟୁର୍ଯ୍ୟ ହୋତା, ପୁରୀ ଜିଲ୍ଲା ସମ୍ପାଦକ ଭାସ୍କର ମିଶ୍ର, ଆର୍ତ୍ତତ୍ରାଣ ମଲ୍ଲିକ,ଅମିନ ବରାଳ, ଲକ୍ଷ୍ମଣ ବେହେରା, ଯୋଗେନ୍ଦ୍ର ଖଟୋଇ, ଦୁଃଶାସନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଲମ୍ବା ଧାଡ଼ିରେ ରହିଥିବା ଶ୍ରଦ୍ଧାଳୁଙ୍କ ଉପରେ ଜଳ ସିଞ୍ଚନ, ପାନୀୟ ଜଳ ବଣ୍ଟନ ଓ ଶୁଖିଲା ଖାଦ୍ୟ ବଣ୍ଟନ ପାଇଁ ବୈଠକ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୦/୧୦/୨୦୨୨----୬,୧୦ Sakhigopal News,30/10/2022

ads

Blog Archive

Popular Posts