ads

Breaking News

ସମ୍ଭାବ୍ୟ ବାତ୍ୟା କୁ ନେଇ ପେଣ୍ଠପଡା ପଞ୍ଚାୟତ ପକ୍ଷରୁ ପ୍ରସ୍ତୁତି ବୈଠକ


ସାକ୍ଷୀଗୋପାଳ ----ସମ୍ଭାବ୍ୟ ସିତ୍ରାଙ୍ଗ ବାତ୍ୟା କୁ ନେଇ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ପେଣ୍ଠପଡା ଗ୍ରାମ ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସ୍ଥାନୀୟ ସରପଞ୍ଚ ଚିନ୍ମୟ ରାଉତ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଯଦି ବାତ୍ୟା ଆଶଙ୍କା କରାଯାଏ ତା ହେଲେ ପଞ୍ଚାୟତର କଲ୍ୟାଣ ମଣ୍ଡପ, ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଓ ମିଶନ ଶକ୍ତି ଗୃହ ସହିତ ବିଭିନ୍ନ ବିଦ୍ୟାଳୟ ଗୁଡିକ ରେ ଲୋକମାନେ ରହିପାରିବେ । ସେ ସମୟରେ ଦିନ ରାତି ପଞ୍ଚାୟତ କାର୍ଯ୍ୟାଳୟ ଖୋଲା ରହିବ । ଆବଶ୍ୟକ ପଡିଲେ ସରପଞ୍ଚ ଙ୍କୁ ଫୋନ କରି ସୁବିଧା ଅସୁବିଧା ଜଣାଇବାକୁ ସେ କହିଥିଲେ । ସେହିପରି ୨୯ ତାରିଖରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ ।ଏ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକ ରେ ପଞ୍ଚାୟତର ସମସ୍ତ ୱ।ର୍ଡ ସଭ୍ୟ ସଭ୍ୟା,ଅଙ୍ଗନବାଡି କର୍ମୀ,ଆଶା, ସ୍ବାସ୍ଥ୍ୟ କର୍ମୀ ପ୍ରମୁଖ ଯୋଗଦେଇଥିଲେ। ପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ସାରଙ୍ଗ ଧରି ସ୍ବାଇଁ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୦/୨୦୨୨---୮,୨୦ Sakhigopal News,20/10/2022

ads

Blog Archive

Popular Posts