ads

Breaking News

ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ସଇଁନ୍ତଲା ବାଳିକା ଦଳ ଚାମ୍ପିୟାନ, ଶୁଭେଚ୍ଛା ଜଣାଇଲେ ବିଇଓ




ବଲାଙ୍ଗିର----  ବଲାଙ୍ଗିର ଜିଲ୍ଲା ଗାନ୍ଧୀ ଷ୍ଟାଡିୟମ ଠାରେ ଦୀର୍ଘ ୭ ଦିନ ଧରି ଜିଲ୍ଲା ସ୍ତରୀୟ ଅନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚାଲିଥିଲା ।ବିଭିନ୍ନ ସ୍କୁଲର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ତେବେ ସଇଁନ୍ତଲା ବାଳିକା ଦଳ ୪-୦ ରେ ମୁରିବାହାଲ କୁ ପରାଜିତ କରି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟାନ ହାସଲ କରିଛନ୍ତି। ସଇଁନ୍ତଲା ବାଳିକା ବିଦ୍ୟାଳୟ ର ଡୁଳେଶ୍ୱରୀ ବୁଡେକଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଚାମ୍ପିୟାନ ହାସଲ କରିଥିବା ସଇଁନ୍ତଲା ଦଳକୁ ଟ୍ରଫି ସହିତ ମାନ ପତ୍ର ପ୍ରଦାନ କରାଯାଇଛି।ଏହି ଖବର ଶୁଣିବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ତେବେ ଆଜି ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଵିଇଓ ଗୋବର୍ଦ୍ଧନ ଭୋଇ,ଏବିଇଓ ନାରାୟଣ ଭୋଇ,ଏବିଇଓ ଆର୍ତ୍ତତ୍ରାଣ ରଥ,ବାଳିକା ହାଇସ୍କୁଲ ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ଫୁଲତୋଡା ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ମହିଳା ଦଳର କୋଚ୍ ଭାବେ ଶେଷଦେବ ଯାନୀ ଟେନିଂ ପ୍ରଦାନ କରିଥିଲେ।କନ୍ୟା ଆଶ୍ରମ ପ୍ରଧାନ ଶିକ୍ଷୟତ୍ରୀ ନିବେଦିତା ହୋତା ଓ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭୀମସେନ ଦେହୁରୀ ଙ୍କ ସହଯୋଗ ରେ ଏହି ବାଳିକା ମାନେ ଖେଳିବା ପାଇଁ ସଫଳତା ହାସଲ କରିଛନ୍ତି।ସଇଁନ୍ତଲା ବାଳିକା ଫଟବଲ ଦଳର କ୍ୟାପଟେନ ବିଣା ପୁଟେଲ ପ୍ରମୁଖ ଏହି ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚାମ୍ପିୟାନ ହାସଲ କରିଛନ୍ତି।  ବରିଷ୍ଠ ସାମ୍ବାଦିକ ଦୟାନିଧି ସାହୁ ଓ ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ  ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ୍, ୧୯/୧୦/୨୦୨୨---୯,୫୫   Sakhigopal News,19/10/2022

ads

Blog Archive

Popular Posts