ads

Breaking News

ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ




ଭଞ୍ଜନଗର----ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡା ସଂସଦ ପକ୍ଷରୁ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଖେଳ ପଡିଆରେ ଶନିବାର ୫୨ ତମ ଆନ୍ତଃ ମହାବିଦ୍ୟାଳୟ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ପ୍ରାଧ୍ୟାପକ ସାତ୍ୟକି ସାହୁ,  ପ୍ରାଧ୍ୟାପିକା ଆରତିବାଳା ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି ଆମାଶ ପାଟମାଝୀ ସ୍ଵାଗତ ଭାଷଣ ଦେଇଥିଲେ। ବିଶ୍ବବିଦ୍ୟାଳୟ ଖେଳ ପ୍ରଶିକ୍ଷକ ରାଜେଶ ମହାନ୍ତି, ରେଫରୀ ସଚ୍ଚିଦାନନ୍ଦ ଦାସ, ବିକାଶ ସିଂ, ରଶ୍ମିରଞ୍ଜନ ତ୍ରିପାଠୀ, ମୋଚି ରାମ ରଣସିଂ, ସୁବାସ ଗୌଡ, ପି ଆନନ୍ଦ ରାଓ, ପି ରମେଶ, ପ୍ରବିଣ କୁମାର ଖାଡ଼ଙ୍ଗା, ମାନସ କୁମାର ପ୍ରହରାଜ ପ୍ରମୁଖ ଆଜିର ୪ ଟି ମ୍ୟାଚକୁ ପରିଚାଳନା କରିଥିଲେ। ପ୍ରଥମ ମ୍ୟାଚ ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ କୁ ଫୁଲବାଣୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ହୋଇଥିଲା।  ଏଥିରେ ଫୁଲବାଣୀ ୨-୦ ସେଟରେ ବିଜୟ ହୋଇ ପରବର୍ତ୍ତୀ ରାଉଣ୍ଡ କୁ ପ୍ରବେଶ କରିଥିଲା। ଦ୍ବିତୀୟ ମ୍ୟାଚ ସି ଟି କଲେଜ ବ୍ରହ୍ମପୁର ଓ ଇନ୍ଦିରା ସ୍ମାରକୀ କଲେଜ ଚାନ୍ଦିପୁଟ ମଧ୍ୟରେ ଅନୁଷ୍ଠିତ ମ୍ଯାଚ ରେ ଚାନ୍ଦିପୁଟ ବିଜୟ ହୋଇଥିଲା। ତୃତୀୟ ମ୍ୟାଚ ଆର୍ ଏନ୍ କଲେଜ ଦୁରା ଓ ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ ମଧ୍ୟରେ ମ୍ଯାଚ ହୋଇଥିଲା। ଏଥିରେ ଦୁରା କଲେଜ ବିଜୟ ହୋଇ ସେମିଫାଇନାଲ୍ ରେ ପ୍ରବେଶ କରିଥିଲା।  ଚତୁର୍ଥ ମ୍ୟାଚ ସି ଟି କଲେଜ ବ୍ରହ୍ମପୁର ଓ କେ ଏସ ୟୁ ବି କଲେଜ ଭଞ୍ଜନଗର ମଧ୍ୟରେ ମ୍ଯାଚ ହୋଇଥିଲା।  ଏଥିରେ ସି ଟି କଲେଜ ବିଜୟ ହୋଇ ସେମିଫାଇନାଲ୍ କୁ ପ୍ରବେଶ କରିଛି। ରବିବାର ଅପରାହ୍ନରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୨/୧୦/୨୦୨୨----୬,୪୫ Sakhigopal News,22/10/2022

ads

Blog Archive

Popular Posts