ads

Breaking News

୮୫ ଗ୍ରାମ ଧଳାଜହର ଜବତ , ଯୁବକ ଗିରଫ


ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ସତ୍ୟବାଦୀ ଥାନା ଅଧୀନ ଡୁଙ୍ଗର ଛକ ଠାରେ ଚଢ଼ାଉ କରିଥିଲେ । ମନରଞ୍ଜନ ସ୍ୱାଇଁ ,ବୟସ -31 ଗିରଫ କରି ତାଙ୍କ ଠାରୁ 85 ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରାଯାଇଛି। ଜିଲ୍ଲା ମୋବାଇଲ ସ୍କ୍ୱାଡ଼ କେସ ନଂ -57/22-23 ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ପୁରୀ କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ 8,50,000/-ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ଶ୍ରୀ ଶୀଧେଶ୍ବର ମଲ୍ଲିକ, ASI ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ର, ଗୀତାଞ୍ଜଳି ବେହେରା, ଏବଂ କର୍ମଚାରୀ ଶ୍ରୀ ପ୍ରଦୀପ୍ତ ପଣ୍ଡା, ସଂଜିପ ହସ୍ତୀ, ମିନତି ପରିଡା,ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୨/୧୦/୨୦୨୨----୯,୪୦ Sakhigopal News,22/10/2022

ads

Blog Archive

Popular Posts