ads

Breaking News

ସାକ୍ଷୀଗୋପାଳ ମନ୍ଦିର ପାର୍ଶ୍ୱରେ ଗୀତାଯଜ୍ଞ ଅନୁଷ୍ଠିତ

 
ସାକ୍ଷୀଗୋପାଳ -----ପ୍ରବିତ୍ର ମହାକାର୍ତ୍ତିକ ମାସ ସପ୍ତମୀ ତିଥିରେ ସାକ୍ଷୀଗୋପିନାଥ ମନ୍ଦିର ପାର୍ଶ୍ୱରେ ଥିବା ରାମଜୀ ମନ୍ଦିର ସମ୍ମୁଖରେ ଗୀତା ଆବୃତ୍ତି ସହ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି ଗୀତା ଯଜ୍ଞର ଆୟୋଜକ ସମାଜସେବୀ ଗୋବିନ୍ଦ ମହାପାତ୍ର। ୧୫ ବର୍ଷ ଧରି ଏହି ଗୀତା ଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ଯଜ୍ଞ ହେବା ସହିତ ଗୀତା ପାଠ ଏଠାରେ ଆୟୋଜକ ସହିତ ଅନ୍ୟ ମାନେ କରିଥାନ୍ତି। ଯଜ୍ଞରେ କର୍ତ୍ତା ଭାବେ ସମାଜସେବୀ ରବିନ୍ଦ୍ର ନାଥ ଦାଶ ଓ କର୍ତ୍ତୀ ଭାବେ ଶିକ୍ଷୟତ୍ରୀ ବନ୍ଦନା ମହାପାତ୍ର ରହିଥିଲେ। ହରିହର ମହାପାତ୍ର ସମସ୍ତ ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ରବିନ୍ଦ୍ର କୁମାର ଶତପଥୀ ଓ ଧୃଳିରାମ ମହାପାତ୍ର ପ୍ରମୁଖ ଯଜ୍ଞ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଉପସ୍ଥିତ ଥିବା ଭକ୍ତ ମାନେ ପ୍ରସାଦ ସେବନ କରିଥିଲେ।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୦/୨୦୨୨----୯,୪୦ Sakhigopal News,31/10/2022

ads

Blog Archive

Popular Posts