ads

Breaking News

ପଟ୍ଟନାୟିକିଆ - ଖୋର୍ଦ୍ଧା ରାସ୍ତା ଏବେ ପାଲଟିଛି ମରଣଯନ୍ତା



ଡେଲାଙ୍ଗ  - ପିଡବ୍ଳ୍ଯୁଡି ଅଧିନରେ ଥିବା ପଟ୍ଟନାୟିକିଆ ରୁ ଡେଲାଙ୍ଗ ଦେଇ ଖୋର୍ଦ୍ଧା କୁ ସଂଯୋଗ କରୁଥିବା ରାସ୍ତା ଏବେ ପାଲଟିଛି ମରଣଯନ୍ତା। ସୂଚନା ଅନୁଯାଇ ଗତ ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପଟ୍ଟନାୟିକିଆ ଖୋର୍ଦ୍ଧା ରାସ୍ତା ଡବଲ ରୋଡ ହେବାପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ତାହା ନାଲି ଫିତା ତଳେ ଚାପି ହୋଇ ପଡ଼ିରହିଛି ।   ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ରାସ୍ତା ର ଅବସ୍ଥା କହିଲେ ନସରେ। ରାସ୍ତା ସାରା ଦେଖିବାକୁ ମିଳୁଛି ବଡ ବଡ ଖାଲ ଓ ଖମା।  ରାସ୍ତା ରେ ଯାଉଥିବା ଲୋକମାନେ   ଦୁର୍ଘଟଣା ର ଶିକାର ହେଉଛନ୍ତି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ଲାଭ ହେଉନାହିଁ । ଏହି ରାସ୍ତା ରେ ପ୍ରତିଦିନ ଦେଖିବାକୁ ମିଳୁଛି ଦୁର୍ଘଟଣା। ଏତେ ସବୁ ଘଟଣା ପରେ ବି ନୂଆ ରାସ୍ତା ତିଆରି ତ ଦୂରର କଥା ରାସ୍ତା ମରାମତି ମଧ୍ୟ କରାଯାଉନାହିଁ। ଏ ନେଇ ଡେଲାଙ୍ଗ ଅଞ୍ଚଳ କିଛି ଯୁବକ ସ୍ଥାନୀୟ  ଯୁବ ବିଧାୟକଙ୍କ ନଜର କୁ ଆଣିଥିଲେ ମଧ୍ୟ କିଛି ଲାଭ ହେଉନାହିଁ। କାରଣ ଉକ୍ତ କାର୍ଯ୍ୟାଳୟରେ ଜେଇଙ୍କ ଠାରୁ କର୍ମଚାରୀ ପର୍ଯ୍ୟନ୍ତ କୋଳି ଖାଇ ମଞ୍ଜି ପୋତିଛନ୍ତି । ଏଠାରେ ଜେଇ ଓ କର୍ମଚାରୀ ମାନଙ୍କର ବଦଳି  ନଥାଏ । ଏହି ରାସ୍ତାଟି ବିଭାଗ ଓ ରାଜନେତା ମାନଙ୍କ ପାଇଁ ଟଙ୍କା ଖାଇବାର ଖଣି । ରାସ୍ତା କାମ ସରିବାର ଏକ ମାସ ପରେ କାମ ହୋଇଥାଏ । କହିବାକୁ କେହି ନାହାନ୍ତି ବା ଦେଖିବାକୁ କେହି ନାହାନ୍ତି । ବିଧାୟକ ବିଭିନ୍ନ ବିଭାଗ ଉପରେ ଆଖି ପକାଉଥିବା ବେଳେ ପୂର୍ତ୍ତବିଭାଗ ତାଙ୍କ ନଜର କୁ କାହିଁକି ଆସୁନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତି ଦିନ ଏହି ରାସ୍ତା ରେ ବହୁ ସଂଖ୍ୟାରେ ମାଲ୍ ବୋଝେଇ ଗାଡି, ଯାତ୍ରୀ ବାହି ଗାଡି ଓ ଦୁଇ ଚକିଆ ଗାଡ଼ି ଯାତାୟାତ କରୁଥିଲେ ହେଁ ରାସ୍ତା ର ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି । ଦେଖାଯାଉ ବିଧାୟକ ଏହି ରାସ୍ତା ଉପରେ ନଜର ଦେଉଛନ୍ତି ନା ମରାମତି ନାମରେ ଆଗପରି ଲୁଟ କରାଯିବାକୁ ସମର୍ଥନ କରୁଛନ୍ତି ନା ବିରୋଧ କରୁଛନ୍ତି ତାହା ସମୟ କହିବ ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୯/୧୦/୨୦୨୨--୯,୪୦  Sakhigopal News,29/10/2022



ads

Blog Archive

Popular Posts