ads

Breaking News

ରଙ୍ଗଣିସାହି ସଂଘ ଘରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ

 

ସାକ୍ଷୀଗୋପାଳ----ସତ୍ୟବାଦୀ ବ୍ଲକ ର ପେଣ୍ଠପଡା ପଞ୍ଚାୟତର ରଙ୍ଗଣିସାହି ସଂଘ ଘରେ  ଦୁର୍ନୀତି ନିବାରଣ ସପ୍ତାହ ପାଳନ ହୋଇଯାଇଛି। ଏହି ଅବସରରେ ମିଶନ ଶକ୍ତି ସିଆରପିଇ ରୋଜାଲିନ ଦାସ  ଙ୍କ ତତ୍ବାବଧାନରେ ବିଭିନ୍ନ ମହିଳା ମଞ୍ଚର  ସଭାନେତ୍ରୀ, ସମ୍ପାଦିକା ନେତ୍ରମଣି ସାହୁ, ତିଲୋତ୍ତମା ସାହୁଙ୍କ ସହିତ ସଂଘର ସଭାନେତ୍ରୀ, ସମ୍ପାଦିକା, ଅଙ୍ଗନବାଡି କର୍ମୀ ଯୋଗ ଦେଇ ଲାଞ୍ଚ ନେବି ନାହିଁ କି ଲାଞ୍ଚ ଦେବି ନାହିଁ, ଦୁର୍ନୀତି ହଟିଲେ ଦେଶ ହସିବ, ଗାଁ ଗହଳିର ଉନ୍ନତି ହେବ। ବାଟ ମହାରଣା କରୁଛି ଯିଏ ,ଦେଶର ଶ୍ରତୃ ଅଟଇ ସିଏ , ଲୋପ ହେଉ ଦୁର୍ନୀତି ଦେଶ କରୁ ପ୍ରଗତି ଆଦି ସ୍ଳୋଗାନ ଦେଇଥିଲେ। ଏହାସହିତ ଦୁର୍ନୀତି ନିବାରଣ ନେଇ ସମସ୍ତେ ଶପଥ ପାଠ କରିଥିଲେ। ସେହିପରି ବିଭିନ୍ନ ପଞ୍ଚାୟତରେ ମିଶନ ଶକ୍ତି ଗ୍ରହଣରେ ସଚେତନତା ବାର୍ତ୍ତା ସୃଷ୍ଟି କରିବା ସହ ମହିଳା ଗୋଷ୍ଠୀ ଓ ଅଙ୍ଗନବାଡି କର୍ମୀମାନେ ଶପଥ ପାଠ କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩୧/୧୦/୨୦୨୨----୯,୩୫ Sakhigopal News,31/10/2022

ads

Blog Archive

Popular Posts