ads

Breaking News

କାର୍ତ୍ତିକ ମେଳା ପାଇଁ ପ୍ରସ୍ତୁତି ବୈଠକ

 

ସାକ୍ଷୀଗୋପାଳ -- ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ଠାରେ ଥିବା  ପୁରାତନ ଶୈବପୀଠ ଶ୍ରୀ ଗତିଶ୍ଵର ଦେବୀଙ୍କ ମନ୍ଦିର ବେଢ଼ାରେ ପ୍ରତିବର୍ଷ ପରି ଅଁଳା ନବମୀ ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରୁଦ୍ରାଭିଷେକ ପରିଷଦର ସଭାପତି ସନ୍ତୋଷ କୁମାର ପଣ୍ଡା ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ମେଳା କିଭଳି ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେବ ସେ ନେଇ ଆଲୋଚନା କରାଯାଇଥିଲା। ଏହି ମେଳା ୦୨ରୁ ୮ ନଭେମ୍ବର ପର୍ଯ୍ୟନ୍ତ କରାଯିବ।   ମନ୍ଦିର ବେଢ଼ା ସମେତ ଆଖପାଖ ଗ୍ରାମ ଓ ମନ୍ଦିର ଚତୁଃପାର୍ଶ୍ଵରେ ସଫେଇ କାର୍ଯ୍ୟକ୍ରମ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମେଳାରେ ବାଲୁକା କଳା ପ୍ରଦର୍ଶନୀ, ଯୋଗ ଶିବିର, ଫୋଟୋ ପ୍ରଦର୍ଶନୀ, ହସ୍ତଶିଳ୍ପ ପ୍ରଦର୍ଶନୀ, ସାହିତ୍ୟ ଆସର, ଝୋଟି ପ୍ରଦର୍ଶନୀ, ବିଭିନ୍ନ ଷ୍ଟଲ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।  ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶୀ ନୃତ୍ୟ,ଛଉନୃତ୍ୟ, ସମ୍ବଲପୁରୀ ଓ ଗ୍ରାମ୍ୟ କଳା ଆଦି ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ  ବ୍ୟକ୍ତି ବିଶେଷ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ପରିଷଦର ସମ୍ପାଦକ ଉପେନ୍ଦ୍ର ପଣ୍ଡା, ଡ଼ ଯୋଗେନ୍ଦ୍ର ନାୟକ, ପାଣ୍ଡବ ମହାରଣା, ଲକ୍ଷ୍ମୀଧର ପଣ୍ଡା, ବଳରାମ ପଣ୍ଡା, ସଚ୍ଚିକାନ୍ତ ଜେନା, ସ୍ୱାଧୀନ ପ୍ରଧାନ, ରବିନ୍ଦ୍ର ସାହୁ,କୁବେର ପ୍ରଧାନ, ରଜନୀ ବେହେରା, ମନୋରଞ୍ଜନ ପ୍ରଧାନ, ପ୍ରଶାନ୍ତ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୯/୧୦/୨୦୨୨----୯,୫୫   Sakhigopal News,19/10/2022

ads

Blog Archive

Popular Posts