ads

Breaking News

କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ପକ୍ଷରୁ ବରକେରା ବିଦ୍ୟାଳୟରେ ସ୍ଵଚ୍ଛତା ଅଭିଯାନ ପାଳିତ

  ‌‌‌ ‌     
  ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା  ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ ଭୂବନେଶ୍ଵର ଦ୍ୱାରା  ସ୍ଵଚ୍ଛତା ଅଭିଯାନ ପାଳିତ ହୋଇଯାଇଛି। ଅତିଥିମାନେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ପ୍ରଦିପ କୁମାର ସେଠୀ ସଭାପତିତ୍ବ କରିଥିଲେ। ମୂଖ୍ୟ ଅତିଥି ଡଃ ପେଟିକମ ଶ୍ରୀନିବାସନ ପ୍ରମୁଖ ବୈଜ୍ଞାନିକ ଓ ସମ୍ମାନିତ ଅତିଥି ଭାବେ ଡ଼ଃ ଏ.ଭି.ଭି. କଉଣ୍ଡିନ୍ୟ ବୈଜ୍ଞାନିକ, ସିଙ୍ଗରାୟ ମାଝି ଟେକିନିକାଲ ଅଫିସର,ସୁଚିତ୍ରା ବେହେରା ଟେକିନିକାଲ ଅଫିସର,ସୟଦ ଇଦ୍ରିସ ଅଲ୍ଲୀ ଟେକିନିକାଲ ଅଫିସର,ଗୋବିନ୍ଦ ନାୟକ, ସର୍ବେଶ୍ଵର ସମସ୍ତେ କେନ୍ଦ୍ରୀୟ ଉଦ୍ୟାନ ପରୀକ୍ଷଣ କେନ୍ଦ୍ର ଆଇଗିଣିଆ ଭୂବନେଶ୍ଵର, ବିଦ୍ୟାଳୟ ର ଶିକ୍ଷକ ତଥା ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣ ବରାଳ,ସୁଧୀର କୁମାର ଜେନା, ପୁରୁଷୋତ୍ତମ ନାୟକ, ଶିକ୍ଷୟିତ୍ରୀ ମଞୁଲତା ପ୍ରଧାନ ବିଦ୍ୟାଳୟର ପରିଚାଳନା କମିଟିର ଚେୟାରମ୍ୟାନ ପବିତ୍ର ମୋହନ ପରିଡ଼ାଙ୍କ ସହିତ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଯୋଗଦେଇଥିଲେ। ବକ୍ତାମାନେ ମହାତ୍ମାଗାନ୍ଧୀଙ୍କ ସ୍ଵଚ୍ଛତା ଉପରେ ଆଲୋକପାତ କରିଥିଲେ। ସ୍ଵଚ୍ଛ ରହିଲେ ଆମେ କିଭଳି ନିରୋଗ ରହିବା ଓ ସ୍ଵଚ୍ଛ ମାନସିକତା ରହିବ ତହା ଉପରେ ଆଲୋକପାତ କରିଥିଲେ। ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ସ୍ଵଚ୍ଛତା ଉପରେ ଭାଷଣ, ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଥିଲା।ମଞ୍ଚ ପରିଚାଳନା କରିଥିଲେ ସୁଧୀର କୁମାର ଜେନା ଓ ଧନ୍ୟବାଦ ଅର୍ପଣ କରିଥିଲେ ବିରଞ୍ଚିନାରାୟଣ ବରାଳ। ସ୍ଵଚ୍ଛତା ଉପରେ ସ୍ଳୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା।ଶେଷରେ ବାଦ୍ୟାଳୟ ପ୍ରାଙ୍ଗଣରେ ଆମ୍ଵ, ଚାଉଳିଆ,ସେପେଟା, ଅଁଳା,ବେଲ ବୃକ୍ଷ ରୋପଣ କରାଯାଇଥିଲା।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୧୦/୨୦୨୨----୮,୪୦  Sakhigopal News,28/10/2022

ads

Blog Archive

Popular Posts