ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବକୁଳ ବନ ସଫେଇ
ସାକ୍ଷୀଗୋପାଳ----- ସ୍ଥାନୀୟ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର (+୨ ଓ +୩) ଜାତୀୟ ସେବା ଯୋଜନା, ଯୁବ ରେଡ଼କ୍ରସ ତଥା ସ୍କାଉଟ ଓ ଗାଇଡ଼ ବିଭାଗ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସତ୍ୟବାଦୀର ବକୁଳ ବନ ଓ ସମାଧିପୀଠ ସଫେଇ କରାଯାଇଛି l ଏହି କାର୍ଯ୍ୟକ୍ରମକୁ ନେହୁରୁ ଯୁବକେନ୍ଦ୍ର, ପୁରୀ, ସ୍ଥାନୀୟ ସତ୍ୟବାଦୀ ବ୍ଲକ ଏବଂ ପୁରୀର ସମ୍ପର୍କ ସଂଗଠନ ସହଯୋଗ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଅନୁଷ୍ଠାନର ଜାତୀୟ ସେବା ଯୋଜନାର ସଂଯୋଜକ ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ, ପ୍ର. ରତ୍ନାକର ସାହୁ,ପ୍ର. ଧନୁର୍ଦ୍ଧର ମୁଦୁଲି,ପ୍ର. ଶଙ୍କର୍ଷଣ ପ୍ରଧାନ, କ୍ରୀଡା ଶିକ୍ଷକ ରଘୁନାଥ ପରିଡା ତଥା ମୁଖ୍ୟ କିରାଣୀ ରାଜକିଶୋର ପତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଜୟଶଙ୍କର ଯୋଶୀ, ସମ୍ପର୍କ ସଂଗଠନର ସମ୍ପାଦକ ସୌମ୍ୟନ୍ଦ୍ର ଦାସ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ପରିଶେଷରେ ଅଧକ୍ଷ ଡ଼ଃ ପରିଡା ଛାତ୍ରଛାତ୍ରୀମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ବଳବତ୍ତର ରଖିବା ପାଇଁ ପରାମର୍ଶ ଦେଇଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୦/୨୦୨୨---୯,୪୦ Sakhigopal News,20/10/2022
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୦/୧୦/୨୦୨୨---୯,୪୦ Sakhigopal News,20/10/2022




