ads

Breaking News

ନୟାଗଡ ଉପଜିଲ୍ଲାପାଳ ଓ ଗଣିଆ ବ୍ଲକ ବିଡ଼ିଓ ବଦଳି ହେଲେ



ନୟାଗଡ--- ନୟାଗଡ ଜିଲ୍ଲାର ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କର ବଦଳି ହୋଇଛି। ସେ ଟିଡିସି ମ୍ୟାନେଜର ଭାବେ ତାଙ୍କର ବଦଳି ହୋଇଥିବା ବେଳେ ଓଟିଡିସି ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଶକ୍ତିକାନ୍ତ ରାଉତ ଙ୍କର ନୟାଗଡ଼ ଜିଲ୍ଲା ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି। ତିନି ବର୍ଷ ହେଲା ଉପଜିଲ୍ଲାପାଳ ଶ୍ରୀ ରାଉତ ନୟାଗଡ଼ ଜିଲ୍ଲାରେ କାର୍ଯ୍ୟ ରେ ଯୋଗ ଦେଇଥିଲେ।ଶ୍ରୀ ରାଉତ ଜଣେ ମେଳାପୀ ଓ କର୍ତ୍ତବ୍ୟ ପରାୟଣ ଉପଜିଲ୍ଲାପାଳ ଭାବେ କାର୍ଯ୍ୟ ସମ୍ପାଦନ କରୁଥିଲେ।କିଛି ମାସ ତଳେ ତାଙ୍କର ପଦୋନ୍ନତି ହୋଇଥିଲା। ସେହିପରି ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ବିଡ଼ିଓ ଭାବେ କାର୍ଯ୍ୟରତ ସିରିୟାଲ ଶୁଭ୍ର ପଟେଲ ଙ୍କର ବଦଳି ହୋଇଥିବା ଜଣାପଡିଛି।ସେ ପର୍ଯଙ୍ଗ ତହସିଲ ଦାର ଭାବେ ଯୋଗ ଦେବେ।ତାଙ୍କ ସ୍ଥାନରେ ପର୍ଯ ଙ୍ଗତହସିଲଦାର ଖଗେଶ୍ବର ପାତ୍ର ଗଣିଆ ବ୍ଲକ ବିଡ଼ିଓ ଭାବେ କାର୍ଯ୍ୟରେ ଯୋଗ ଦେବେ ବୋଲି ଜଣାପଡିଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୩/୧୦/୨୦୨୨----୭,୪୦ Sakhigopal News,23/10/2022

ads

Blog Archive

Popular Posts