ads

Breaking News

ଖୋର୍ଦ୍ଧା ରୋଡ୍ ମଣ୍ଡଳ ଦ୍ଵାରା ସତର୍କତା ସଚେତନତା ସପ୍ତାହ ପାଳିତ







  ଖୋର୍ଦ୍ଧା -ଦୁର୍ନୀତି ବିରୋଧରେ ଲଢ଼ଇରେ ହାତ ମିଳାଇବାକୁ ଲକ୍ଷ୍ୟ ରଖି ଖୋର୍ଦ୍ଧା ରୋଡ୍ ମଣ୍ଡଳ  31.10.2022 ରୁ 06.11.2022 ପର୍ଯ୍ୟନ୍ତ “ଭିଜିଲାନ୍ସ ସଚେତନତା ସପ୍ତାହ” ପାଳନ କରୁଛି। ଏହି ଅବସରରେର ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ଅଧିକାରୀ ଏବଂ କର୍ମଚାରୀଙ୍କୁ “ସଚ୍ଚୋଟତା” ର ଶପଥ ପାଠ କରାଇଥିଲେ । 
 ଏକ ଦୁର୍ନୀତିମୁକ୍ତ ସମାଜ ପାଇଁ ନିଜକୁ ସମର୍ପିତ କରିବା ଲକ୍ଷ୍ୟରେ ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ କର୍ମଚାରୀମାନେ ଅଖଣ୍ଡତା ପ୍ରତିଶୃତି ପରିଚାଳନା କରିଥିଲେ। ସପ୍ତାହବ୍ୟାପୀ ପର୍ଯ୍ୟବେକ୍ଷଣ ସମୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେ ଥିବା ସମସ୍ତ ପ୍ରମୁଖ ରେଳ ଷ୍ଟେସନରେ ବ୍ୟାନର, ପୋଷ୍ଟର, ଜିଙ୍ଗଲ୍ ପ୍ରଦର୍ଶନ କରି “ଦୁର୍ନୀତି ନିବାରଣ” ଉପରେ ସଚେତନତା ସୃଷ୍ଟି କରାଯିବ। କର୍ମଚାରୀ, ରେଳ ବ୍ୟବହାରକାରୀ ଏବଂ ହିତାଧିକାରୀଙ୍କୁ ସମ୍ବେଦନଶୀଳ କରିବା ପାଇଁ ସେମିନାର ଏବଂ ପଥପ୍ରାନ୍ତ ନାଟକ କରାଯିବ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩୧/୧୦/୨୦୨୨_----୮,୩୫ Sakhigopal News,31/10/2022

ads

Blog Archive

Popular Posts