ads

Breaking News

ଦିପାବଳୀ ରେ ପିତ୍ରୁପୁରୁଷ ଙ୍କ ଶ୍ରାଦ୍ଧ ଓ ପ୍ରଦୀପ ପ୍ରଦାନ

ସାକ୍ଷୀଗୋପାଳ------ଆଲୋକର ପର୍ବ ଦୀପାବଳି ରେ ପିତ୍ରୁପୁରୁଷ ପୁଣ୍ଯାତ୍ମା ଗୋପବନ୍ଧୁ ଦାସଙ୍କ ଉଦ୍ଦେଶ୍ଯରେ ପୟାଶ୍ରାଦ୍ଧରେ ପିଣ୍ଡଦାନ,ଦୀପଦାନ କରାଯାଇଛି  । ଜନ୍ମମାଟି ସୁଆଣ୍ଡୋ ସ୍ଥିତ ବାସଭବନ, ସତ୍ଯ ବାଦୀ,  ଗବକୁଣ୍ଡ ପଞ୍ଚଶଖା ମଣ୍ଡପ ଓ ଐତିହାସିକ ଗାନ୍ଧୀ ରହଣି ସ୍ଥଳ ଭୁବନେଶ୍ୱର ଉପକଣ୍ଠ ସତ୍ଯଭାମା ପୁର ସାଇକୁଟିର ସ୍ଥିତ ଉତ୍କଳମଣି ଭବନରେ ମହାପୁରୁଷଙ୍କ ଉଦ୍ଦେଶ୍ଯ ରେ ଦୀପଦାନ କରାଯାଇଛି  । ପୁଣ୍ଯାତ୍ମାଙ୍କ ତିନି ପିତ୍ରୁପୁରୁଷ ଓ ମାତ୍ରୁ ତିନିପୁରୁଷଙ୍କ ଉଦ୍ଦେଶ୍ଯ ରେ ଗୋପବନ୍ଧୁ ଦାସଙ୍କ ଆତ୍ମଜ ଧୀରେନ୍ଦ୍ର ନାଥ ଦାସ ପିଣ୍ଡ ଦାନ କରିଥିଲେ  । ଏହି ଅବସରରେ ବିନୀତ କୁମାର ଦାଶ, ସନ୍ଧ୍ଯା ଶିଖା ରାଜଗୁରୁ, ଶାମ୍ଭିଶ୍ରେୟା ଦାଶ, ଜ୍ଞାନେନ୍ଦ୍ର ନାଥ ଦାଶ, କୌଶଲ୍ୟା ଦାଶ, ସତ୍ଯଭାମା ଦାଶ, ଗଣେଶ ପ୍ରଧାନ, ବିଶ୍ୱରଞ୍ଜନ ମହାନ୍ତି, ସୋନି ମହାନ୍ତି, ସାମ୍ଭି ମହାନ୍ତି, ଉତ୍କଳ ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ, ଧୀରେନ୍ଦ୍ର ସେନାପତି, ଦିବାକର ମହାପାତ୍ର, ପଣ୍ଡିତ କୁଳମଣି ଶତପଥୀ, ସତ୍ଯ ରଞ୍ଜନ ମହାପାତ୍ର ପ୍ରମୁଖ ଦୀପଦାନ କରିଥିଲେ । ସେହିପରି ସାକ୍ଷୀଗୋପାଳ ମନ୍ଦିର ରେ ଠାକୁର ସାକ୍ଷୀଗୋପିନାଥ ତାଙ୍କ ପିତୃପୁରୁଷ  ବସୁଦେବ,ଦେବକି ଓ ନନ୍ଦଙ୍କ ସହିତ ଯଶୋଦା ଙ୍କ ଉଦେଶ୍ୟ ରେ ଦୀପଦାନ କରିଥିଲେ। ସେହିପରି ଘରେଘରେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ସହିତ ଦୀପଦାନ କରିବା ସହ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡାକିଥିବାର ଦେଖାଯାଇଥିଲା।  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୧୦/୨୦୨୨-----୭,୧୦  Sakhigopal News,25/10/2022

ads

Blog Archive

Popular Posts