ads

Breaking News

ଶୀଘ୍ର ହେବ ଓକିଲ ସଂଘ ଓ ଅତାବିରା ସମସ୍ୟା ର ସମାଧାନ, ପ୍ରତିଶୃତି ଦେଲେ ବରଗଡ଼ ସାଂସଦ ସୁରେଶ ପୁଝାରୀ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଳା ଅତାବିରା ବାର ଆସୋସିଏସନ ଠାରେ ଓକିଲ ସଂଘର ସଭାପତି ରାକେଶ ପାଢ଼ୀଙ୍କ ସଭାପତିତ୍ୱରେ ସମ୍ପାଦକ ଅରବିନ୍ଦ ସୁଶାରୀଙ୍କ ପରିଚାଳନା କ୍ରମେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ସାଂସଦ ସୁରେଶ ପୂଝାରୀ ଯୋଗ ଦେଇଥିବା ବେଳେ ସୁରେଶ୍ୱର ଶତପଥି ଓ କୁଶ କୁମ୍ଭାର  ଉପସ୍ଥିତ ରହିଥିଲେ।ପ୍ରଥମେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଏଥିରେ ଦୀର୍ଘ ବର୍ଷରୁ ଓକିଲ ସଂଘର ଓ ଅତାବିରା କିଛିଟା ସମସ୍ୟା ଉପରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରି ସଂଘର ଯୁଗ୍ମ ସଂପାଦକ ଯୁଧିଷ୍ଠିର ସାହୁ ଓ ବରିଷ୍ଠ ଆଇନଜୀବୀ ବିରେନ୍ଦ୍ର କୁମାର ବାଙ୍କା ସଂଘର ସମସ୍ୟା ଗୁଡିକ ଉପରେ ଆଲୋକପାତ କରିଥିଲେ ।
ଏହା ସହିତ  ଏକ ଦାବିପତ୍ର ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ତୁରନ୍ତ ସମସ୍ୟା ଗୁଡିକର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏଥିରେ ସଂଘର ଆଇନଜୀବୀ ସମୀର କୁମାର ଦାଶ, ଉନ୍ନି କ୍ରିଷ୍ଣ ନାୟର,ବିରେନ୍ଦ୍ର କୁମାର ତ୍ରିପାଠୀ,ବଲ୍ଲଭ ଭୋଇ,ଦିବ୍ୟ କିଶୋର ମିଶ୍ର, ତ୍ରିଲୋଚନ ବେହେରା, ଋଷିସୃଙ୍ଘ ବଘାର, ଘଡିଗୋପାଲ ପାଣିଗ୍ରାହୀ,ରୋହିତ କୁମାର ମହାପାତ୍ର,ସାରଦା ନନ୍ଦ ମିଶ୍ର, ଦେବାନନ୍ଦ ଦଶ,ଦିଲ୍ଲୀପ ସ୍ୱାଇଁ, ନିରୋଦ ମହାକୁର,ରାଜା ପାଣ୍ଡେଙ୍କ ସହ ସମସ୍ତ ଆଇନଜୀବୀ ଉପସ୍ଥିତ ରହିଥିଲେ।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.  . ୨/୧/୨୦୨୧-----

ads

Blog Archive

Popular Posts