ads

Breaking News

୨୨ତମ ବିଶ୍ଵଶାନ୍ତି ମହାଯଜ୍ଞ ଉଦଯାପିତ : ଶତାଧିକ ମାନସିକ ଧାରୀ ଙ୍କ ସମାଗମ



ଭଦ୍ରକ- ଭଦ୍ରକ ବରାଳପୋଖରୀ ହନୁମାନ ସାହି ସ୍ଥିତ ଶ୍ରୀ ମହାବୀର ହନୁମାନ ଜୀଉ ମନ୍ଦିର ପରିସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନି ଦିନ ଧରି ବିଶ୍ବଶାନ୍ତି ମହାଯଜ୍ଞ ଗତକାଲି ଉଦଯାପିତ ହୋଇଯାଇଛି। ଶ୍ରୀରାମ ମହାଯଜ୍ଞ କମିଟି ପକ୍ଷରୁ ଆୟୋଜିତ ତ୍ରିଦିବସୀୟ ମହାଯଜ୍ଞରେ ଶାନ୍ତିଲତା ଜୀଉ, ରମେଶ ଚନ୍ଦ୍ର ଜୀଉ କର୍ତ୍ତା କର୍ତ୍ତୀ  ଭାବେ ଯୋଗ ଦେଇଥିଲେ ।  ପଣ୍ଡିତ ରବିନାରାୟଣ ମିଶ୍ର ପୁରୋଧା ଭାବେ ତତ୍ତ୍ଵାବଧାନ କରିଥିଲେ ।  ଓଡିଶା ର ବିରଳ ପ୍ରାୟ କ୍ରମଶଃ ବୃଦ୍ଧି ପାଉଥିବା ମହାପ୍ରଭୁ ଶ୍ରୀହନୁମାନ ଜୀଉ ଙ୍କର ବିଶ୍ଵଶାନ୍ତି ମହାଯଜ୍ଞ କାର୍ଯ୍ୟକ୍ରମ ପଣ୍ଡିତ ଅଭୟ ପଣ୍ଡା, ପଣ୍ଡିତ କରୁଣାକର ପଣ୍ଡା, ପଣ୍ଡିତ ମନୋଜ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ପରିଚାଳିତ ହୋଇଥିଲା। ପ୍ରଥମ ଦିବସ ରେ କଳସ ଶୋଭା ଯାତ୍ରା, ଦ୍ଵିତୀୟ ଦିବସ ରେ ମହାରୁଦ୍ର ଅଭିଷେକ ତଥା ଅନ୍ତିମ ଦିବସ ରେ ଗୀତା ପାଠ ସହ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କମିଟି ପକ୍ଷରୁ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଥିଲା | ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମାନେ ବୀର ହନୁମାନ ଜୀଉ ଙ୍କ ଦର୍ଶନ କରିବା ସହିତ ପ୍ରସାଦ ସେବନ କରି ଆପ୍ୟାୟିତ ହୋଇଥିଲେ।ଭଦ୍ରକରୁପ୍ରମୋଦ ନାୟକଙ୍କ ରିପୋର୍ଟ,୨୯/୧/୨୦୨୧-----୧୨.୨୫

ads

Blog Archive

Popular Posts