ads

Breaking News

୧୯୯୩ ବ୍ୟାଚ ବଂଧୁମିଳନ ଉତ୍ସବ


 ଜଟଣୀ---- କଣାସ ସରକାରୀ ଉଚ୍ଚବିଦ୍ୟାଳୟର ୧୯୯୩ ମେଟ୍ରିକ ବ୍ୟାଚର ଏକ ବଂଧୁମିଳନ ଉତ୍ସବ ରବିବାର ଧଉଳିଗିରୀଠାରେ ଆୟୋଜିତ ହୋଇଯାଇଛି । ଦିର୍ଘ ୨୮ବର୍ଷର ବ୍ୟବଧାନରେ ଉକ୍ତ ବ୍ୟାଚର ଛାତ୍ରଛାତ୍ରୀମାନେ ଏକତ୍ରିତ ହେବାପରେ ସେ ଦିନର ସେହି ପୁରୁଣା କାହାଣୀକୁ ବଖାଣିବା ସହିତ ଭାବର ଆଦାନପ୍ରଦାନ କରିଥିଲେ । ନିଜ ପରିଜନ ମାନଙ୍କ ସହିତ ଉପସ୍ଥିତଥିବା ସମସ୍ତ ଛାତ୍ରଛାତ୍ରୀ ମାନେ ସ୍ଥାନୀୟ ଶୈବପିଠରେ ପୂଜାର୍ଚ୍ଚନା କରିବା ସହିତ ଭୋଜିଭାତର ଆୟୋଜନ ମଧ୍ୟରେ ଏହି ଉତ୍ସବଟିକୁ ଧୂମଧାମରେ ପାଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୭୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସେମାନଙ୍କର ପରିବାର ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅସିତ କୁମାର ପ୍ରହରାଜ,ପ୍ରଶାନ୍ତ କୁମାର ପାଲଟାସିଂହ, ଦୁର୍ଗାପ୍ରସନ୍ନ ନନ୍ଦ,ସୁଭାଶିଷ ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ସଂଜୟ କୁମାର ପଟ୍ଟନାୟକ, ଅରୁଣ କୁମାର ଜାଲି,ସଚିଦାନନ୍ଦ ସାହୁ, ପ୍ରକାଶ କୁମାର ଜୟସିଂହ,ଶିବପ୍ରସାଦ ଦାଶ,ସୁଧୀର କୁମାର ବେହେରା, କୃପାସିନ୍ଧୁ ସେଠୀ,ଇଶ୍ୱର କୁମାର ହରିଚନ୍ଦନ,ବିଜୟ କୁମାର ଦାଶ,ପ୍ରଶାନ୍ତ କୁମାର ନାଏକ,ପୁର୍ଣ୍ଣଚନ୍ଦ୍ର ବେହେରା,ସଶ୍ମିତା ସେନାପତି, ସଶ୍ମିତା ଷଡଙ୍ଗୀ,ସଂଯୁକ୍ତା ମହାପାତ୍ର,ଶ୍ରଦ୍ଧାଜଂଳି ନନ୍ଦ, ସବିତା ବୈରିଶଲ, ଶୁଭଲକ୍ଷ୍ମୀ ବଳବନ୍ତରାୟ,ଲକ୍ଷ୍ମିପ୍ରୀୟା ଛୋଟରାୟଙ୍କ ସହିତ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । 

 ଜଟଣୀରୁ  ରଙ୍ଗନାଥ ବେହେରା, ୨୪/୧/୨୦୨୧----୯,୧୫  

ads

Blog Archive

Popular Posts