ads

Breaking News

ବକୁଳବନ ପୁଣି ହସିବ, ବୃକ୍ଷ ରୋପଣ ସହ,ସୁରକ୍ଷା ପାଇଁ ସମୂହ ଶପଥ ପାଠ କରାଇଲେ ସିନେଷ୍ଠାର ସବ୍ୟସାଚୀ


 ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଐତିହାସିକ ବକୁଳବନ ହସିବା ପାଇଁ ଆରମ୍ଭ ହୋଇଛି ଏକ ପ୍ରୟାସ । ବକୁଳବନ ସୁରକ୍ଷା ପାଇଁ  ମୁଖ୍ୟ  ଅତିଥି ଭାବେ ଯୋଗଦେଇଥିବା ସିନୋଷ୍ଟାର ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଉପସ୍ଥିତ ଥିବା ସମୂହଙ୍କୁ ଶପଥ ପାଠ କରିଥିଲେ । ସେହିପରି ବକୁଳବନ ପରିସରରେ ଫନି ବାତ୍ୟାରେ ନଷ୍ଟ ହୋଇଥିବା ବୃକ୍ଷର ପୁନଃ ଉଦ୍ଧାର ପାଇଁ ବଉଳ, ଆମ୍ବ, ନିମ୍ବ, କୃଷ୍ଣଚୁଡା, ଆଦି ବିଭିନ୍ନ ବୃକ୍ଷ ଚାରା ରୋପଣ କରାଯାଇଥିଲା । ସବ୍ୟସାଚୀ ସାକ୍ଷୀଗୋପାଳ ମନ୍ଦିର ଠାରେ ପହଞ୍ଚିବା ପରେ ସେଠାରେ ସେବାୟତ ସଂଘ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ସାକ୍ଷୀଗୋପିନାଥଙ୍କୁ ପୂଜାର୍ଚ୍ଚନା କରିବା ପରେ ମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଫୁଲତୋଡା ସହ ଠାକୁରଙ୍କ ଶିରୀକପଡା  ଦିଆଯାଇଥିଲା । ମନ୍ଦିର ନିକଟରେ ଥିବା ରାମ ମନ୍ଦିର ପରିସରରେ ଏକ ରୁଦ୍ରାକ୍ଷ ବୃକ୍ଷ ରୋପଣ କରାଯିବା ପରେ ମନ୍ଦିର ପରିସରରେ ଏକ ବରଚାରା ରୋପଣ କରାଯାଇଥିଲା । ପରେ ପରେ ବକୁଳବନ ପରିସରରେ ଥିବା ବରପୁତ୍ରଙ୍କ ମୂର୍ତ୍ତରେ ମାଲ୍ୟର୍ପଣ କରାଯାଇଥିଲା ।

ଅନୁଷ୍ଠିତ ସଭାରେ ଅତିଥି ଭାବେ ସମାଜସେବୀ ଲଣ୍ଡନରୁ ଆସିଥିବା ସୁକାନ୍ତ ସାହୁ, ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସଚ୍ଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ପୁରୀ ଶ୍ରୀମନ୍ଦିରର ଛତିସା ନିଯୋଗର ନାୟକ ଜର୍ନାଦ୍ଧନ ପାଟ୍ଟଯୋଶୀ, ଶ୍ରୀଜଗନ୍ନାଥ ମନ୍ଦିରର ମୁକ୍ତିମଣ୍ଡପର କାର୍ଯ୍ୟକାରୀ ସଭାପତି ପଣ୍ଡିତ ବିଶ୍ୱନାଥ ମିଶ୍ର , ଡ, ସଂଜୀବ ଶତପଥୀ, ରାମକୃଷ୍ଣ ଦାସ ମହାରାଜ, ଡ, ଦେବ ଦାସ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାସ ମିଶ୍ରଙ୍କ ସହିତ ଅନେକ ପଣ୍ଡିତ, ସମାଜସେବୀ ଯୋଗ ଦେଇଥିଲେ । ଏହି ଅବସରରେ ସାହିଭାଇ, ବ୍ଳକ ସତ୍ୟବାଦୀ ସହିତ ବିଭିନ୍ନ ଅନୁଷ୍ଠାନ ଓ ସାକ୍ଷୀଗୋପାଳ ମେଡିକାଲର ଡାକ୍ତର , ସାକ୍ଷୀଗୋପିନାଥଙ୍କ ସେବାୟତ ଓ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରାଯାଇଥିଲା ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୨୨/୧/୨୦୨୧---୯,୨୦

ads

Blog Archive

Popular Posts