ads

Breaking News

ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବରୀ ତହସିଲ ପରିସରେ ସ୍ୱଚ୍ଛତା କାର୍ଯ୍ୟକ୍ରମ


 ବରୀ---- ନେତାଜୀ ସୁବାସ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ବରୀ ତହସିଲ ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ମିଳିତ ଭାବେ ବରୀ ତହସିଲ ପ୍ରଶାସନ, ପୋଲିସ ପ୍ରଶାସନ,ସାମ୍ବାଦିକ,ବାର ଆସୋସିଏସନ.୧୦୮ କର୍ମଚାରୀ ମାନେ ବରୀ ତହସିଲ ପରିସରକୁ ସଫେଇ କରିଥିଲେ । ଏହି ସଫେଇ କାର୍ଯ୍ୟକ୍ରମରେ ବରୀ ଥାନା ଅଧିକାରୀ ଅଜୟ ଜେନା,ତହସିଲଦାର ସରୋଜକାନ୍ତ ନାୟକ,ସାମ୍ବାଦିକ ସଂଜୟ କୁମାର ବେହେରା,ବାଞ୍ଛାନିଧି ସାହୁ, ହିମାଂଶୁ ଦାଶ, ସ୍ନେହାଂଶୁ ମହାନ୍ତି,ଦର୍ଶନ ବେହେରା,ବିଶ୍ୱ ଭୂଷଣ ଜେନା,ସତ୍ୟଜିତ ବାରିକ,ବିଶ୍ୱଜିତ ମହାନ୍ତି ରହିଥିଲେ । ସେହିପରି  ଆଇନ ଜିବୀ ରାଜକିଶୋର ସାମଲ,ଧିରେନ୍ଦ୍ର ସ୍ୱାଇଁ,ତପନ ଜେନା,ସାମଜିକ କର୍ମୀ,ଅଶୋକ ସାହୁ, ରବିନ୍ଦ୍ର ମଲ୍ଲିକ, ୧୦୮ କର୍ମଚାରୀ ସୁବ୍ରତ ସାହୁ,ବାସୁଦେବ ସାହୁ ସାମିଲ ହୋଇ ସଫେଇ କାର୍ଯ୍ୟ କରିଥିଲେ । ତହସିଲ ପରିସରରେ ପଡିଥିବା ଅଳିଆ,ଲତାବୁଦା,ଅନାବାନ ଘାସ,ଫାଟକ ଦୁଇଟିକୁ ଗଛ ମାଡି ଢାଙ୍କି ରଖିଥିବାରୁ ସେଗୁଡିକୁ କାଟି ସଫା କରିବା, ଫାଟକ ସାମ୍ନାର ଉଠାଦୋକାନୀ ଉଠାଇ ଟ୍ରାଫିକ ସମସ୍ୟା ଦୂର କରିବା,ରାସ୍ତାକଡରେ ତହସିଲ ଅଫିସକୁ ଢାଙ୍କି ରଖିବା ହୁଡିଙ୍ଗିକୁ ହଟାଇ ଦେବା ସହ ପରିସରେ ବ୍ଲିଚିଙ୍ଗ୍ ଓ ଫିନାଇଲ ପକାଇ ବିଶୋଧନ କରାଯାଇଥିଲା । 

ଯାଜପୁର ବରୀରୁ ଦର୍ଶନ ବେହେରା, ୨୪/୧/୨୦୨୧----୯,୩୦

ads

Blog Archive

Popular Posts