ads

Breaking News

ଡେଲାଙ୍ଗରେ ଶିଶୁ ସମ୍ପର୍କ ଯାତ୍ରା ଓ ଅଭିଯୋଗ ଶୁଣାଣି ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ; ତହସିଲଦାରଙ୍କ ଅନୁପସ୍ଥିତ ବିରକ୍ତି ପ୍ରକାଶ କଲେ ; ଅଧ୍ୟକ୍ଷା


 ଡେଲାଙ୍ଗ ----- କୋଭିଡ ମହାମାରୀ ଯୋଗୁ ଶିଶୁ ମାନେ ବହୁଳ ଭାବେ ପ୍ରଭାବିତ ହୋଇଛନ୍ତି । ବିଦ୍ୟାଳୟ ଗୁଡିକ ବନ୍ଦ ହେବା ଫଳରେ ପିଲାଙ୍କ ପାଠ ପଡା ବ୍ୟାହତ ହେବା ସହିତ , ଦୀର୍ଘ ଦିନ ଧରି ଘରେ ଆବନ୍ଧ ହୋଇ ରହିବାକୁ ପଡିଛି । ଅନ୍ୟ ପକ୍ଷେ ଘରର ଆୟ ପ୍ରଭାବିତ ହେବାରୁ ମଧ୍ୟ ଏହାର ପ୍ରଭାବ ପିଲାଙ୍କ ଉପରେ ପଡିଛି । ପିଲାଙ୍କ ଅବସ୍ଥାର ଅନୁଧ୍ୟାନ ପାଇଁ ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟାଗ ୨୦ ତାରିଖ ଠାରୁ ରାଜ୍ୟ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି । ଏକ୍ସନ ଏଡ ଓ ଚାଇଲ୍ଡ ଫଣ୍ଡ ଇଣ୍ଡିଆର ସହଯୋଗରେ ଆୟାଜିତ ହୋଇଛି ଏହି ଯାତ୍ରା ।
ଏହି ଅବସରରେ ଗୁରୁବାର ଦିନ ଡେଲାଙ୍ଗରେ  ଶିଶୁ ସମ୍ପର୍କ ଯାତ୍ରା ଓ ଅଭିଯୋଗ ଶୁଣାଣି ବିଜୁ ପଟ୍ଟନାୟକ ସମ୍ମଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟାଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଅକ୍ଷ୍‌ୟକ୍ଷତା କରିଥିବା ବେଳେ କମିଶନର ମାନ୍ୟବର ସଦସ୍ୟା ଦିବ୍ୟା ଶାଶ୍ୱତୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୧୨ ଗୋଟି ଶିଶୁ ଅଭିଯୋଗ ଆସିଥିବା ବେଳେ ୨ଟି ଅଙ୍ଗନୱାଡି କେନ୍ଦ୍ର ନିକଟରେ ନଳକୂପ ବସିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ଆସିଥିଲା । ଏହି ଅଭିଯୋଗ ଶୁଣାଣି ସମୟରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ ରମା ଶଙ୍କର ପାତ୍ର, ଜିଲ୍ଲା ଶିଶୁ ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର, ଏଚ, ଆର,ପି.ସିର ଡି.ଏସ.ପି ଇନ୍ଦ୍ରମଣି ବେହେରା, ଡେଲାଙ୍ଗ ବ୍ଳକ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ର, ବ୍ଳକ ଶିଶୁ ପ୍ରକଳ୍ପ ଅଧିକାରୀ ହୀରାମଣି ନାୟକ ଓ ଡେଲାଙ୍ଗ ମିଶନ ଶକ୍ତି ମହିଳା ମହାସଂଘରସମ୍ପାଦିକା ବାସନ୍ତୀ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ । ବିଶେଷ କରି ତହସିଲଦାର ଏହି ଶୁଣାଣି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିଥବାରୁ ଶିଶୁ ଅଧିକାର ସୁରକ୍ଷା ଆୟାଗର ଅଧ୍ୟକ୍ଷା ବିରକ୍ତି ପ୍ରକାଶ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୧/୨୦୨୧----୬,୩୦

ads

Blog Archive

Popular Posts