ads

Breaking News

ରୟାଲ ଇଗଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ


 
ବରୀ - ବରୀ ବ୍ଲକ ଅନ୍ତର୍ଗତ ଅରଙ୍ଗା ବାଦ ପଂଚାୟତ ର ରୟାଲ୍ ଇଗଲ୍ କ୍ରିକେଟ କ୍ଲବ କଣ୍ଠପୋଇ  ପଡିଆ ରେ ଏକ ଦିବସିୟ କ୍ରିକେଟ ଖେଳ ଉଦଯାପିତ ହୋଇଯାଇଛି।ଏହି କ୍ରିକେଟ ଖେଳର ଫାଇନାଲ୍ ମ୍ୟାଚ୍  ବରୀ ପୋଲିସ ଓ ଅଟିରା ମଧ୍ୟରେ  ଖେଳା ଯାଇଥିଲା। ଟଚ୍ଚ ରେ ବରୀ ପୋଲିସ ବିଜୟ ହୋଇ ବ୍ୟାଟିଙ୍ଗ  କରି ନିଧାରିତ ଓଭରେ ସମସ୍ତ ଉଇକେଟ  ହରାଇ ୧୪୨ ରନ କରିଥିଲା। ଏହାର ଜବାବରେ ଅଟିରା ଶେଷ୧୪ ତମ ଓଭର ଖେଳି ୧୪୩ ରନ କରି ବିଜୟ  ହାସଲ କରିଥିଲା। ପୁରସ୍କାର ଉତ୍ସବ ରେ ବରୀ ବ୍ଲକ କଂଗ୍ରେସ ଯୁବନେତା ଉମେଶ ଜେନା ଯୋଗଦାନ କରି  ଚମ୍ପିୟାନ ଓ ରନର୍ସ ଦଳକୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ।ଏହି ଖେଳକୁ ରର୍ୟାଲ କିକେଟ କ୍ଲବର  ସଭାପତି, ସମ୍ପାଦକ ଓ କ୍ଲବର ସଦସ୍ୟ ମାନେ ପରିଚାଳନା ଓ ସହଯୋଗ କରିଥିଲେ।
ବରୀରୁ ଦର୍ଶନ ବେହେରା ,୩୦/୧/୨୦୨୧----୭,୫୦

ads

Blog Archive

Popular Posts