ads

Breaking News

ବାଲିଗୁଡ଼ାରେ କଳାକାର ସମାବେଶ


ବାଲିଗୁଡା - କନ୍ଧମାଳ ଜ଼ିଲ୍ଲା ପାବୁରିଆ ସାରଡ଼ମାହା ଗ୍ରାମରେ ସାଂସ୍କୃତିକ କଳା ପରିଷଦ ଜ଼ିଲ୍ଲା ପାରମ୍ପରିକ ଲୋକକଳାକାର ସଂଘ ଓ କ୍ରାଉନ୍ସ ଇଣ୍ଡିଆ ପକ୍ଷରୁ ଲୋକ କଳାକାର ସମାବେଶ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟ ଅତିଥିଭାବେ ଟିକାବାଲି ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ପ୍ରଧାନ ସମ୍ମାନିତ ଅତିଥି ଭାବେ ସରପଞ୍ଚ ମମତା ମଞ୍ଜରୀ ପ୍ରଧାନ,   ସାଂସ୍କୃତିକ କଳା ପରିଷଦର ରାଜ୍ୟ ଅଧ୍ୟକ୍ଷ ଲଷ୍ମୀଧର ସାହୁ ମୁଖ୍ୟ ଉପଦେଷ୍ଟା ଦୀନକୃଷ୍ଣ ପଣ୍ଡା ନାଟ୍ୟକାର ପ୍ରଫୁଲ ବେହେରା ପାରମ୍ପରିକ ଲୋକକଳାକାର ସଂଘର ଜ଼ିଲ୍ଲା ସଭାପତି ଅକ୍ଷୟ କର୍ଣ କ୍ରାଉନ୍ସ ଇଣ୍ଡିଆ ଟ୍ରଷ୍ଟର ମୁଖ୍ୟ ବିଜୁ ପ୍ରଧାନ ସୁପ୍ରିୟା ଡିଗାଲ ବୀରେନ୍ଦ୍ର କହଁର ଓ ବାରଟି ବ୍ଲକର  ବ୍ଲକକଳା ସଂସ୍କୃତି ସଂଘର ଉପସଭାପତି  ମଂଚାସୀନ ଥିଲେ । ମୁଖ୍ୟ ବକ୍ତାଭାବେ ଦକ୍ଷିଣ ଓଡିଶା ମଞ୍ଚକଳା ସଂଘର ମହାସଚିବ ସୁବାଷ ସାହୁ ( ରୋଶନ ) ଯୋଗଦେଇ କଳାକାରଙ୍କ ସମସ୍ୟା ଭୂମିକା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ସବୁ କଳାକାର ଏକ ବୋଲି କହିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଗଣ  ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ   ମାଲ୍ୟର୍ପଣ କରି ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ଖୁଜରୀପଡା ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସରୋଜ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କୋଣଅନୁକୋଣରୁ ବହୁ କଳା ସଂଗଠନ କଳାକାର ଯୋଗଦେଇ ନିଜର କଳା ପ୍ରତିଭା ପ୍ରଦର୍ଶନ କରି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଏବଂ ମାନପତ୍ର ଗ୍ରହଣ କରିଥିଲେ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା , ୨୮/୧/୨୦୨୧----୧,୪୦

ads

Blog Archive

Popular Posts