ads

Breaking News

ଡେଲାଙ୍ଗରୁ ୮୦ ଓ ପିପିଲିରୁ ୩୦ ଗ୍ରାମ ବ୍ରାଉନ ସୁଗାର ଜବତ; ଦୁଇ ରିରଫ


 ଡେଲାଙ୍ଗ ------ ପୁରୀ ଜିଲ୍ଲାରୁ ନିଶା କାରବାର ରୋକିବା ପାଇଁ ନୂତନ କରି ଯୋଗ ଦେଇଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧୀକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇଛି । ଏହି ଅବସରରେ ଶନିବାର ଭୋରୁ ପିପିଲିଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଅଫିସ କାର୍ଯ୍ୟାଳୟ ସମ୍ମୁଖରୁ ହରିପୁର ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ଠାରୁ ୩୦ ଗ୍ରାମ ବ୍ରାଉନ ସୁଗାର ପୋଲିସ ଜବତ କରିଛନ୍ତି । ଯାହାରକି ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ସେହିପରି  ଡେଲାଙ୍ଗ ଥାନା ଅନ୍ତର୍ଗତ ସେବକସାହି ପାଟଣାର ରାମଚନ୍ଦ୍ର ବେହେରାଙ୍କ ଠାରୁ ୮୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ । ଯାହାରକି ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଶ୍ରୀ ବେହେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଟିମରେ ଏସ. ଆଇ ରଙ୍କନିଧି ମଲିକ, ବିନୋଦ କୁମାର ଭାସ୍କର, ଏ. ଏସ. ଆଇ ସୁଶାନ୍ତ କୁମାର ମହାପାତ୍ର.ଏନ. ଜିଗନ ରାଓ, କନେଷ୍ଟବଳସନ୍ତୋଷ କୁମାର ନାୟକ, ଦୀନବନ୍ଧୁ ବାରିକ, ତପନ କୁମାର ପଣ୍ଡା, ପ୍ରଦୀପ୍ତ କୁମାର ପଣ୍ଡା ପ୍ରମୁଖ ଏହି ଟିମରେ ସାମିଲ ହୋଇଥିବା ଜଣାପଡିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ଓ ପିପିଲିରୁ ବିଜୟ କୁମାର ମହାପାତ୍ର 

ads

Blog Archive

Popular Posts