ads

Breaking News

ଓଡ଼ିଶା ବ୍ରାହ୍ମଣ ସମାଜ ତରଫରୁ ଶ୍ରୀମନ୍ଦିର ଦକ୍ଷିଣଦ୍ଵାର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ

 ପୁରୀ------ ଓଡ଼ିଶା ବ୍ରାହ୍ମଣ ସମାଜ ତରଫରୁ ଶ୍ରୀମନ୍ଦିର ଦକ୍ଷିଣଦ୍ଵାର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଆଚାର୍ଯ୍ୟ ରତିକାନ୍ତ ଦାଶ ଶର୍ମା ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ପ୍ରସିଦ୍ଧ ବୈଜ୍ଞାନିକ ଡଃ ରବିନ୍ଦ୍ରନାଥ ପାଢୀ ମହୋଦୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ଓଡ଼ିଶା ବ୍ରାହ୍ମଣ ସମାଜ ର ଆଗାମୀ ଦିନର କାର୍ଯ୍ୟକ୍ରମ ତଥା ବ୍ରାହ୍ମଣ ଏକତା ଉପରେ ଗୁରୁତ୍ବ ଦେବାକୁ ମତ ପ୍ରଦାନ କରିଥିଲେ ।  ବିଭିନ୍ନ ଜିଲ୍ଲା ପଦାଧିକାରୀ ଗଣ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ତଥା ବ୍ରାହ୍ମଣ ସମାଜ ତରଫରୁ ଗୋ-ବ୍ରାହ୍ମଣ ସେବା ରେ ନିଃସ୍ଵାର୍ଥପର ସେବା କରିଥିବା ହେତୁ ବିଭିନ୍ନ ଜିଲ୍ଲାରୁ ପ୍ରାୟ 50 ଜଣଙ୍କୁ ଵ୍ରହ୍ମଶ୍ରୀ ଉପାଧି ରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ବ୍ରାହ୍ମଣ ସମାଜ ର ବରିଷ୍ଠ ଅଧିକାରୀମାନଙ୍କ ମଧ୍ୟରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଚାର୍ଯ୍ୟ ସଞ୍ଜୟ ପାଢୀ ଶର୍ମା ତଥା ମୁଖ୍ୟ ମୁଖପାତ୍ର ବଂଶୀଧର ଉପାଧ୍ୟାୟ ତଥା ସମ୍ପାଦକ ବ୍ରହ୍ମଶ୍ରୀ ଦୀପକ କୁମାର ଶତପଥୀ ଏବଂ ରାଜ୍ୟ ପ୍ରଭାରୀ ଭକ୍ତ ଦାଶ ପ୍ରମୁଖ ଯୋଗଦାନ କରିବା ସହିତ ଆଗାମୀ ଦିନରେ ଗୋଶାଳା ତଥା ଅର୍ଣ୍ଣପୂ୍ର୍ଣ୍ଣା ପାଣ୍ଠି ଗଠନ ଦିଗରେ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।  ସର୍ବଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀ ମହାପ୍ରସାଦ ସେବନ କରି ବୈଠକ ଟିକୁ ସାଙ୍ଗ କରାଯାଇଥିଲା । ପୁରୀ ରୁ ଧୀରେନ୍ଦ୍ର ସେନାପତି ,୨୭/୧/୨୦୨୧----୧୨,୩୦

ads

Blog Archive

Popular Posts