ads

Breaking News

ତ୍ରିନାଥ ଦେବଙ୍କ ବାର୍ଷିକ ଉତ୍ସବ

 ବଳଙ୍ଗା ----  ବଳଙ୍ଗା ଥାନା ପରିସରରେ ଥିବା ଶ୍ରୀ ଶ୍ରୀ ତ୍ରିନାଥ ମହାପ୍ରଭୁଙ୍କ ବାର୍ଷିକ ଉତ୍ସବ ଶନିବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ  ତ୍ରିନାଥ ମହାପ୍ରଭୁଙ୍କ ମନ୍ଦିରରେ  ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ କର୍ତ୍ତା ଭାବେ ଯୋଗଦାନ କରିଥିବାବେଳେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଥାନାରେ ସଂକୀର୍ତ୍ତନମଣ୍ଡଳୀ ଦ୍ୱାରା ହରିନାମ ଭଜନ ପରିବେଷଣ କରାଯାଇଥିଲା। ପରେ ସନ୍ଧ୍ୟାରେ କଳାକାରଙ୍କ ଦ୍ବାରା  ଭଜନ ସଂଗୀତଗାନ କରାଯାଇଥିଲା । ଭଜନ ଶୁଣିବା ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।ସନ୍ଧ୍ୟା ୭ ଘଟିକା ସମୟରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।କେଭିଡ୍ ଆଧାରରେ ସମସ୍ତ କାର‌୍ହୋଇଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ ।


        ମନୋଜ କୁମାର ପ୍ରଧାନ, ବଳଙ୍ଗା

ads

Blog Archive

Popular Posts