ads

Breaking News

ଯୋଗୀ ବେଶରେ ବାନ୍ଧବୀଙ୍କୁ ଦେଖା କରିବାକୁ ଯାଇ ହଟହଟା ହେଲେ ଯୁବକ

 
ଯାଜପୁର ---ପ୍ରେମିକା ପାଇଁ ବାବା ବେଶ ନେଲେ ପ୍ରେମିକା କୁ ଦେଖା କରିବାଵପାଇଁ ବାବା ବେଶ ନେଇ ଯାଇଥିଲେ ଯୁବକ । ହେଲେ ପ୍ରେମରେ ବିଫଳ ହେଲେ ଯୁବକ ଜଣଙ୍କ ।ଦେଖା କରିବା ପୃବାରୁ ଗାଁ ଲୋକଙ୍କ ହାତରେ ଧରା ପଡିଯାଇଥିଲେ ଛଦ୍ମ ବେସି ବାବା ।   ଯାହାକି ଏବେ ଯାଜପୁର ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।ଏଭଳି ଅଭାବନୀୟ ଘଟଣା ଦେଖିବକୁ ମିଳୁଛି ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଫେରୋକ୍ରମ ଗେଟ କଲୋନୀ ନିକଟରେ । ପ୍ରେମିକର ବିବାହ ଅନ୍ୟତ୍ର ସ୍ଥିର ହେବା ପରେ ପ୍ରେମିକା ଆସିଥିଲେ ବାବା ବେଶରେ ।ପ୍ରେମିକା ମାଙ୍କ ହାତ ଦେଖି ସେଠାରେ ବିବାହ ନକରି ପ୍ରେମକା ପ୍ରେମ କରୁଥିବା ଯୁବକ ଙ୍କୁ ହିଁ ବିବାହ କରିବା ପାଇଁ କହି ଥିଲେ। ଯୁବକଙ୍କୁ ପୋଲିସ ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ।ଖବର ଅନୁଯାୟୀ ଯୁବକ ଜଣକ ହେଲେ ଅନୁଗୁଳ ଅଂଚଳର ଯୁକ୍ତ 2 କଲେଜ ଛାତ୍ର ବୋଲି ଜଣା ପଡ଼ିଛି । ଯୁବକଙ୍କୁ ପୋଲିସ ଥାନାକୁ ନେଇ ପଚାର ଉଚରା କରୁଛି ।
 ଯାଜପୁର ରୁ ଶିବ କେତନ ସାହୁ, ୩୦/୧/୨୦୨୧-----୯,୦୫

ads

Blog Archive

Popular Posts