ads

Breaking News

ପୁରୀରୁ ଡେଲାଙ୍ଗ ପର୍ଯ୍ୟନ୍ତ ସମସ୍ତ ରେଳ ଫାଟକ ରାସ୍ତା ମରାମତି ହେବ


ସାକ୍ଷୀଗୋପାଳ----- ପୁରୀ- ଖୋର୍ଦ୍ଧା ରେଳ ଡିଭିଜନ ମଧ୍ୟରେ ଅଧିକାଂଶ ଲେବୁଲ କଂସ୍ରି ଗୁଡିକ ଖରାପ ହୋଇଯାଇଛି । ଯାହାକି ଗାଡି ମଟର ଯିବା ଆସିବା କଷ୍ଟକର ହୋଇପଡିଛି । ଅଧିକାଂଶ ସ୍ଥାନରେ ରେଳ ଟ୍ରାକ ଠାରୁ ଆପ୍ରୋଚ ରାସ୍ତାରେ ବଡ ବଡ ଖାଲ ଖମାରେ ପରିପୂର୍ଣ୍ଣ ହୋଇ ପଡିଛି । ଏହାକୁ ନେଇ ଖବର କାଗଜରେ ଖବର ପ୍ରକାଶିତ ହେବା ପରେ ଖୋର୍ଦ୍ଧା ରେଳ ଡିଭିଜନର ଟ୍ରାକ ଇଞ୍ଜିନିୟର ପି. କେ. ଘୋଷ ଙ୍କ ସହିତ ସନିୟର ସେଷ୍ପାଲ ଇଞ୍ଜିନିୟର ଓଆଇ, ଓ, ଡ୍ୟୁ ଶିବ ପାତ୍ର ପୁରୀ ଠାରୁ ଡେଲାଙ୍ଗ ବେରବୋଇ ରେଳ ଗେଟ ପର୍ଯ୍ୟନ୍ତ ତନ୍ନଖି କରିଥିଲେ । ବିଶେଷ କରି ରେଳ ଗେଟ ସହିତ ଗ୍ରାମର ଆପ୍ରୋଚ ରାସ୍ତାକୁ ସଂଯୋଗ କରାଯିବା ପାଇଁ ନିସ୍ପତି ଗ୍ରହଣ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ରେଳ ଫାଟକ ଗୁଡିକ ମରାମତି କରାଯିବ ବୋଲି ଇଂ ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ରେଳ ବିଭାଗର ଠିକାଦାର ପଦ୍ମନାଭ ବରାଳ ଉପସ୍ଥିତ ରହିଥିଲେ । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୩୧/୧/୨୦୨୧----- ୪,୨୫

ads

Blog Archive

Popular Posts