ads

Breaking News

ସତ୍ୟବାଦୀ ମହୁରା ଗ୍ରାମ ପଞ୍ଚାୟତରେ ପୁଷ୍ଟି ମହୋତ୍ସବ ପାଳିତ

  


ସାକ୍ଷୀଗୋପାଳ------ ସତ୍ୟବାଦୀ ବ୍ଳକର ମହୁରା ଗ୍ରାମ ପଞ୍ଚାୟତର ଖରିଜାସାହି ଆଞ୍ଚଳିକ ମଞ୍ଚ ରେ ଓଡିଶା ଜୀବିକା ମିଶନ , ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷର ପୁଷ୍ଟି ମହୋତ୍ସବ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତାଙ୍କ ସହିତ ୩୩ନଂ ଜିଲ୍ଲା ପରିଷଦ ସଭ୍ୟ ଧୃବଚରଣ ଦାଶ, ସରପଞ୍ଚ ନିରଞ୍ଜନ ମହାରୀ, କେତକୀ ପାଟଣା ଓଡଇଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ପରିଚାଳକ ପ୍ରସନ୍ନ କୁମାର ବେହେରା, ମହିଳା ନେତ୍ରୀ ଅମିତା ପଣ୍ଡା, ସମ୍ପାଦିକା ଜୟନ୍ତୀ ବରାଳ ପ୍ରମୁଖ ଯୋଗ ଦେଇ ପୁଷ୍ଟି ମହୋତ୍ସର ଲକ୍ଷ୍ୟ ଓ ଉଦ୍ଦ୍ୟେଶ ସମ୍ପର୍କରେ ମତ ରଖିଥଲେ । ପରେ ପରେ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।  ସେହିପରି ନୂଆବାଗଲପୁର ଗ୍ରାମରେ ପୁଷ୍ଟିମହୋତ୍ସବରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଳାପରିଷଦ ସଭ୍ୟ ଧୃବ ଚରଣ ଦାଶ, ସରପଞ୍ଚଏବିଡିଓ ସାରଦା ପ୍ରସନ୍ନ ମହାନ୍ତି ପ୍ରମୁଖ୍ ଯୋଗ ଦେଇଥିଲେ  । ଓଡିଶା ଜୀବିକା ମିଶନର କର୍ମୀ ଜ୍ୟୋସ୍ନା ମିଶ୍ର, ଲୋପାମୁଦ୍ରା ଜେନା, ଅଜୟ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମହିଳା ଗୋଷ୍ଠୀ, ଅଙ୍ଗନୱାଡି କର୍ମୀ, ପଞ୍ଚାୟତର ସି,ଆର,ପି ଓ ଏମ. ବି.କେ ଉପସ୍ଥିତ ରହିଥିଲେ ।

  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୯/୧/୨୦୨୧----୬,୧୦

ads

Blog Archive

Popular Posts