ads

Breaking News

କଣ୍ଟେନର ଗାଡିରୁ ୪୦ଟି ଗୋରୁ ଉଦ୍ଦାର କଲା ସତ୍ୟବାଦୀ ପୋଲିସ

 ସାକ୍ଷୀଗୋପାଳ ------ ପୁରୀ ଜିଲ୍ଲାରେ ବେ ଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜଣାପଡିଛି । ସତ୍ୟବାଦୀ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଅହମଦପୁର ବସ୍ତି ଉପରେ ଚଡାଉ କରି ଏକ କଣ୍ଟେନର ଗାଡି ଜବତ କରିବା ସହ ୪୦ ଟି ଗାଇ ବଳଦ ଉଦ୍ଦାର କରିଥିବା ଜଣାପଡିଛି । ଉକ୍ତ ଗାଡିରେ  ଅମାନୁଷିକ ଭାବେ ୪୦ ଗୋଟି ଗାଇ, ବଳଦଙ୍କୁ ଲଦିକି ବାହାରକୁ ନେବା ପାଇଁ ରଖା ଯାଇଥିଲା । ୨୩ ଗୋଟି ଗାଈ ଓ ୧୭ ଗୋଟି ବଳଦ ରହିଥିଲେ । ସତ୍ୟବାଦୀ ପୋଲିସ ଗାଈ, ବଳଦ ଗୁଡିକକୁ ପଟ୍ଟନାୟିକିଆ ସ୍ଥିତ ଶ୍ରୀ ଗୋବିନ୍ଦଜୀଉ ଗୋଶାଳାରେ ଛାଡିଥିଲେ ବୋଲି ଗୋଶାଳାର ସଭାପତି ମହେଶ୍ୱର ପ୍ରଧାନଙ୍କ ଠାରୁ ସୁଚନା ମିଳିଛି । ଏହି ଗୋଶାଳାରେ ପୋଲିସ ଗୋରୁ ଛାଡୁଥିବା ବେଳେ ଏମାନଙ୍କ ପାଇଁ ଖାଇବା ପାଇଁ କୌଣସି ବନ୍ଦେବସ୍ଥ କରୁ ନାହାନ୍ତି ବୋଲି ଜଣାପଡିଛି । ଏହା ସହିତ ଅନେକ ସମୟରେ ଲୋକମାନେ ରାତିରେ ବୁଲା ଗାଇ, ଷଣ୍ଢ ଚୋରି କରୁଥିବା ଅଭିଯୁକ୍ତ ମାନଙ୍କୁ ଧରି ଦେଇଥିଲେ ମଧ୍ୟ ସତ୍ୟବାଦୀ ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବା ସ୍ଥାନୀୟ ଯୁବକ ମାନେ କହନ୍ତି । ଅହମଦପୁର ଗ୍ରାମରେ ଅନେକ ଦିନ ହେବ ବେଆଇନ ଗୋ ଚାଲାଣ ହୋଇ ଆସୁଥିବା ଅଭିଯୋଗ ସତ୍ୟବାଦୀ ଥାନାରେ ହେବାର ନଜର ରହିଛି । ମାତ୍ର ସତ୍ୟବାଦୀ ପୋଲିସ ଦୁଇଦିନ ତଳେ ଗୋଟିଏ ଗାଡି ଜବତ କରି ନାଁ କମେଇବା ପାଇଁ ଏହା କରାଯାଇଛି ନା ଆଉ କିଛି ଉଦ୍ଦ୍ୟେଶ ରହିଛି ତାହା ପୁରୀ ଏସପି ନଜର ଦେବାକୁ ସତ୍ୟବାଦୀ ଗୋ ସୁରକ୍ଷା ସମିତି ପକ୍ଷରୁ ନିବେଦନ କରାଯାଇଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୧---୯,୨୫

ads

Blog Archive

Popular Posts