ads

Breaking News

ବରୀରେ ଆରମ୍ଭ ହେଲା ନିଧି ସଂଗ୍ରହ ଅଭିଯାନ


ବରୀ: ଶ୍ରୀରାମ ଜନ୍ମ ଭୁମିରେ ମନ୍ଦିର ନିର୍ମାଣ ନେଇ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ବରୀ ବ୍ଲକ ଅନ୍ତର୍ଗତ କଳାମାଟିଆ ପଞ୍ଚାୟତର ବିଦ୍ରୁପା ଗ୍ରାମରେ ନିଧି ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି ।   ଅନ୍ୟାସୀପୁର ବାଳିବିଲ ଅଲିପୁର ମାଳଦା ବାଈଶିରିଆ ଶଙ୍କାରିଗଡା ଅରୁଆଳ ପ୍ରଭୃତି ଅଞ୍ଚଳରେ ମଧ୍ୟ ନିଧି ସଂଗ୍ରହ ହୋଇଥିଲା। ଏହି ଅଭିଯାନ ପୂର୍ବରୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ବରୀଖଣ୍ଡ ବିଶ୍ବ ହିନ୍ଦୁ ପରିଷଦ, ଶିକ୍ଷା ବିକାଶ ସମିତି ର ମିଳିତ ପ୍ରାୟାସ ରେ ଏକ ଆଲୋଚନା ଚକ୍ର ଓ ରାମଧୁନ ଗାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଦୀପକ ଭରଦ୍ୱାଜ ଆଇନିଜୀବୀ ଅଭୟ ବେହୁରିଆ, ଗୁରୁଜୀ ଶୁଭ୍ରଜିତ ଧଳ, ସମ୍ପାଦକ ସୁନାକର ବିହାର ସରସ୍ବତୀ ଶିଶୁ ମନ୍ଦିର ବିର କିଶୋର ଧଳ,ଅସିତ ରାୟ, ପ୍ରଭୃତି ଯୋଗ ଦେଇ ନିଧି ସଂଗ୍ରହ ସହିତ ଶ୍ରୀ ରାମ ମନ୍ଦିର ତଥ୍ୟ ସମ୍ବଳିତ ପତ୍ର ପୁସ୍ତିକା ବଣ୍ଟନ କରିଥିଲେ ।
ପରେ ପରେ ଗ୍ରାମ ବାସୀଙ୍କ ତରଫରୁ  ରାମ ଭକ୍ତ ମାନଙ୍କୁ ସ୍ୱାଗତ କରିବା ସହିତ ନିଧି ସମର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜନ୍ମଜୟ ରାୟ ,କୃଷ୍ଣ ସାମଲ, ବିଭୂଦତ ଧଳ ,ପ୍ରେମାନନ୍ଦ ଧଳ, ଧିରେଜ କୁମାର ଧଳ,ରାଜେଶ କୁମାର ଧଳ,ଦେବେନ୍ଦ୍ର ଧଳ, ଟୁପୁ ମଲ୍ଲିକ, ପ୍ରଦୀପ ପରିଡ଼ା, ସରୋଜ କୁମାର ରାୟ, ସମତେ ବହୁ ଲୋକ ନିଧି ସଂଗ୍ରହ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି। ନିଧି ସଂଗ୍ରହ  ସଂଚାଳନ କମିଟି ର ସଂଯୋଜକ ଯୁବ ସମଜସେବୀ ଡ଼ଃ ବିଶ୍ୱନାଥ ତ୍ରିପାଠୀ, ଅକ୍ଷୟ ବେହୁରିଆ କାଇପଡା ସାୟଂ ଶାଖା ର ସଭାପତି ଲଳିତ ମାଧବ ଜେନା ଅଭିଯାନକୁ ପରିଚାଳନା କରୁଛନ୍ତି।

 *ବରୀରୁ ଦର୍ଶନ ବେହେରା,୨୩/୧/୨୦୨୧---୬,୨୫

ads

Blog Archive

Popular Posts