ads

Breaking News

ଅତାବିରାବ୍ଲକ କାର୍ଯ୍ୟାଳୟ ପରିସର ରେ ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ବ୍ଲକ କାର୍ଯ୍ୟାଳୟ ପରିସର ରେ ବ୍ଲକ ଅଧ୍ୟକ୍ଷା ରିତା ସାହୁଙ୍କ ଅଧ୍ୟକ୍ଷତାରେ ପଞ୍ଚମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବିଜେଡି ବ୍ଲକ ସଭାପତି ଲମ୍ବୋଦର ମଲ୍ଲିକଙ୍କ ବିୟୋଗରେ ଶୋକ ସଭା ସହ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବୈଠକରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ ଚାନ୍ଦ ମଞ୍ଚ ପରି ଚାଳନା କରିଥିବାବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ୱରେ ଥିବା ଚମାର ନାଏକ ବିବରଣୀ ପଠନ କରିଥିଲେ। ଏଥିରେ ବ୍ଲକ  ଉପାଧ୍ୟକ୍ଷ ବିବେକାନନ୍ଦ ଭୁଏ ସମ୍ବାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା କରୋନା ଯୋଦ୍ଧାଙ୍କ ସହ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରେ କିପରି କରୋନାକୁ ପ୍ରତିହତ କରିହେବ ସେଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା। ହେଲେ ବିଭିନ୍ନ ପଞ୍ଚାୟତର ପ୍ରତିନିଧି ମାନେ ଉପସ୍ଥିତ ରହି ଅତାବିରା ମେଡ଼ିକାଲ ଅଧିକାରୀ ରବି ନାରାୟଣ ମିଶ୍ରଙ୍କୁ କରୋନାରେ ସଂକ୍ରମିତ ହୋଇ ଗାଁ ଓ ସହରରେ ବୁଲୁଥିବା ତଥା ଘରୋଇ କରୋନା ସଂକ୍ରମିତର ସ୍ପଷ୍ଟ ସୂଚନା ସହ ତାଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କାହାକି କରାଯାଉ ନାହିଁ ଏବଂ ଏଥିପାଇଁ ଆଜିଯାଏ କଣ ପଦକ୍ଷେପ ନେଇଛନ୍ତି ତାର ପ୍ରଶ୍ନ କରିଥିଲେ।ହେଲେ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରି ଅନ୍ୟ ଅଧିକାରୀ ତଥା ବିଡିଓ ତହସିଲଦାର ଙ୍କ ଉପରେ କାଦୁଅ ଫିଙ୍ଗି ନିଜ ଦୋଷ ଛଡାଇ ନେଇଥିଲେ।ଫଳରେ ପଞ୍ଚାୟତ ପ୍ରତିନିଧି ମାନଙ୍କ ମଧ୍ୟରେ ତୀଵ୍ର ଅସନ୍ତୋଷ ସୃଷ୍ଟି ହେଇଥିଲା। ସେହିପରି ବିଭିନ୍ନ ଵିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ଆଖି ଆଗରେ ରଖି ବିଧାୟିକା ଛୁରିଆ ପ୍ରଶ୍ନ କରିଥିଲେ।ହେଲେ ବିଭାଗୀୟ ଅଧିକାରୀ ମାନେ ସମ୍ପୂର୍ଣ୍ଣ ଉତ୍ତର ଦେଇ ପାରି ନଥିବା ଯୋଗୁଁ ତଦନ୍ତର ଆବଶ୍ୟକ ହୋଇଛି ବୋଲି ମତ ପ୍ରକାଶ କରିଥିଲେ।ଏହାସହ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟ ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇ ଥିଲେ।ଏହି ବୈଠକରେ ସମସ୍ତ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ,ପଞ୍ଚାୟତ ତଥା ଅଞ୍ଚଳର ବିଭାଗୀୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.......

ads

Blog Archive

Popular Posts