ads

Breaking News

ସତ୍ୟବାଦୀରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଅଶ୍ରୁଳ ଶଦ୍ଧାଞ୍ଜଳି


 ସାକ୍ଷୀଗୋପାଳ------  ଓଡିଶା ରାଜନୀତିର କିମ୍ବଦନ୍ତୀ  ତଥା ଓଡିଶା ରାଜନୀତିରେ ଶୁନ୍ୟ ସ୍ଥାନ ପୂରଣ ହୋଇଛି । ସେ ହେଉଛନ୍ତି ପିପିଲି - ଡେଲାଙ୍ଗର ବିଧାୟକ ପ୍ରଦୀପ ମହାରଥୀ ୬୫ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଶନିବାର ରାତ୍ରି ୨.୩୬ ମିନିଟରେ ତାଙ୍କ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଶହ ଶହ ଜନସାଧାରଣ ତାଙ୍କୁ ଭଲ ପାଉଥିବା ଓ ବିଜେଡି କର୍ମୀ ମାନେ ତାଙ୍କ ସରକାରୀ ଭୁବନେଶ୍ୱର ବାସଭବନରେ ପହଞ୍ଚିଥିଲେ । ଶେଷରେ ସ୍ୱର୍ଗଦ୍ୱାରରେ ଅନ୍ତିମ ସତ୍କାର ପାଇଁ ପାର୍ଥବ ଶରୀର ଜାତୀୟ ରାଜପଥରେ ସାକ୍ଷୀଗୋପାଳ ବ୍ଳକ ଛକ ନିକଟରେ ସତ୍ୟବାଦୀର ଯୁବ ବିଧାୟକ ଉମାକାନ୍ତ ସାମନ୍ତରାୟ  ଫୁଲତୋଡା ଦେବା ସହ ଶେଷ ଦର୍ଶନ କରିଥିଲେ । ଶ୍ରୀ ସାମନ୍ତରାୟ କରୋନାରେ ପୀଡିତ ଥାଇ ମଧ୍ୟ ସେ ତାଙ୍କର ବଡଭାଇ ତଥା ସାଥୀୀଙ୍କ ଅନ୍ତିମ ଯାତ୍ରାରେ ସାମିଲ ହେବା ପାଇଁ ଦୌଡି ଆସିଥିଲେ । ଭାବ ବିହ୍ୱଳ ହୋଇ ବିଧାୟକ ଶ୍ରୀ ସମାନ୍ତରାୟଙ୍କ ଆଖିରୁ ଲହୁ ବୋହି ଆସିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ସସ୍ମିତା ପ୍ରଧାନ, ପେଣ୍ଠପଡା ପଞ୍ଚାୟତର ସଭାପତି ଅନିଲ କୁମାର ସାହୁ,  ଯୁବ ସଂଗଠକସୁନିଲ କୁମାର ପଣ୍ଡା, ସୁରେଶ କୁମାର ସାହୁ,  ବ୍ଳକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା, ସୁବାଷ ପ୍ରଧାନ, ବିଶ୍ୱଜିତି ପରିଡାଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟା ଓ ତାଙ୍କ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ।  ସେହିପରି ଜୟପୁର ଛକ ନିକଟରେ ଦୀପକ ( ଟୁଟୁ) ଶତପଥୀ , ସାମ୍ବାଦିକ ଅମର ଶତପଥୀ , ଜୟପୁର ସରପଞ୍ଚ ବିଶ୍ବଜିତ ମହାପାତ୍ରଙ୍କ ସହ ଜାନକୀ ବଲ୍ଲଭ ବରାଳ, ଧୁନିଆ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀ ମହାରଥୀ ଙ୍କ ମର ଶରୀର କୁ ଶେଷ ଦର୍ଶନ କରିବା ସହ ଫୂଲତୋଡା ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive