ads

Breaking News

ମହାରଥିଙ୍କ ବିୟୋଗରେ ଶୋକ ସଭା

 ଡେଲାଙ୍ଗ --- ଡେଲାଙ୍ଗ ବ୍ଲକ ର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ପ୍ରଭାତ କ୍ଲବର ସଭାପତି ପ୍ରକାଶ ନାୟକ ,ସମ୍ପାଦକ ପଦ୍ମଲାଭ ବରାଳ ସହ ସମ୍ପାଦକ ବହ୍ମାନଦ ପରିଡା,ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖଙ୍କ ଉପସ୍ଥିତି ରେ କ୍ଲବ ପରିସରରେ ପିପିଲି ଡେଲାଙ୍ଗ ବିଧାୟକ ସ୍ୱର୍ଗତ ମହାରଥି ଙ୍କ ଅକାଳ ବିୟୋଗ ପାଇଁଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ  ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଧୁପ,ଦୀପ ଓ କ୍ୟାଣ୍ଡେଲ ଜାଳି ତାଙ୍କ ଅମର ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ୍ ନୀରବ ପ୍ରର୍ଥନା କରିଥିଲେ । ସେହିପରି ପୁରୀ ନିମାପଡା ସମ୍ମଳିତ କୋ-ଅପୋରଟିଭ୍ ବ୍ୟାଙ୍କ ର ଡେଲାଙ୍ଗ ଶାଖାରେ ବରିଷ୍ଠ ସମବାୟବିତ୍ ବୈାରାଗୀ ଜେନାଙ୍କ ସଭାପତିତ୍ୱରେ ଶାଖା ପରିଚାଳକ ଲକ୍ଷ୍ମିନାରାୟଣ ମିଶ୍ର,ସୁପରଭାଇଜର ପ୍ରଫୁଲ୍ଲ କୁମାର ସ୍ୱାଇଁ ପ୍ରମୁଖ କର୍ମଚାରୀ ମାନଙ୍କ ଉପସ୍ଥିତ ରହି ସ୍ୱର୍ଗତଃ ମହାରଥିଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରର୍ଥନା କରିଛନ୍ତି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts