ads

Breaking News

ଦୃଘଟଣାରେ ଆଉ ଜଣେ ପ୍ରବାସୀ ମୃତ

 ଧରାକୋଟ  ----ଧରାକୋଟ ବ୍ଲକର ସିଙ୍ଗିପୁର ଗ୍ରାମର  ଟୁକୁନା ଗୌଡ଼,ବୟସ-37 ବର୍ଷ । ସୁରାଟର ରାଧାକୃଷ୍ଣ ସୋସାଇଟି ଅଞ୍ଚଳର ପ୍ଲଟନଂ-47 ରେ ଥିବା ରାଜେଶ ଭାଇଙ୍କ କାରଖାନାରେ କାଯ୍ୟରତ ଥିବା ସମୟରେ କାରଖାନାର ବାହାରେ ବିଶ୍ରାମ ନେଉଥିଲେ । ସେହି ସମୟରେ ଗତ 6 ତାରିଖ ଭୋର 5ଟାରେ ଏକ ମାଲ ବୋଝେଇ ଟ୍ରକ (GJ05BZ8109) ପଛ ପଟୁ ଟୁକୁନା କୁ ଚାପି ଦେଇଥିଲା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା।ଏହାପରେ କମ୍ପାନୀ ମାଲିକଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ସହଯୋଗ କରିନଥିବା ସେଠାରେ ଥିବା ଟୁକୁନାଙ୍କ ବଡ଼ ଭାଇ ସହ ଗ୍ରାମ ବାସିମାନେ କହିଛନ୍ତି।ତେଣୁ ସୁରଟକୁ ଯାଇ ବିନା ଇନ୍ସୁରାନ୍ସରେ କାଯ୍ୟ କରୁଥିବା ଦାଦନ ଯେ କେତେ ସୁରକ୍ଷିତ ଏଥିରୁ ସ୍ୱଷ୍ଟ ସୂଚନା ମିଳୁଛି।ଏପଟେ ଦୁଇଟି କୁନି କୁନି ପୁଅ ଝିଅ ଓ ରୋଗୀଣା ଶାଶୁକୁ ନେଇ କିଭକି ପରିବାର ଚଳାଇବେ ସେହି ଦୁଃଖରେ ସମ୍ପୃର୍ଣ ମର୍ମାହତ ହୋଇ ପଡିଛନ୍ତି ମୃତ ଟୁକୁନାଙ୍କ ସ୍ତ୍ରୀ ମମତା ଗୌଡ଼।ତେଣୁ ଗ୍ରାମବାସୀ ତାଙ୍କ  ପରିବାରକୁ ପ୍ରଶାସନିକ କ୍ଷେତ୍ରରେ ସହଯୋଗ କରିବା ପାଇଁ ଏବଂ ଟୁକୁନାଙ୍କ ମୃତୁର ଉଚିତ ନ୍ୟାୟ ଦେବ ପାଇଁ ଦାବି କରିଛନ୍ତି। ଧରାକୋଟ ରୁ କାଳୁ ଚରଣ ମହାପାତ୍ର

ads

Blog Archive

Popular Posts