ads

Breaking News

ନାଳରେ ଭାଷି ଯାଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ



ଧରାକୋଟ------ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ ଅଧିନସ୍ଥ ଜଗମୋହନ ଗ୍ରାମ ନିକଟ ଦେଇ  ମଙ୍ଗଳପୁର ନାଳରେ ଭାସିଯାଇ ଜଣେ ଦଶମ ଶ୍ରେଣୀ ଛାତ୍ର ନିଖୋଜ ।  ହଗମୋହନ ଗ୍ରାମର ପ୍ରଭାକର ମହାରଣାଙ୍କ ପନ୍ଧର ବର୍ଷର ପୁତ୍ର ଲୋଚନ ମହାରଣା ନାଳରେ ଭାଷି ଯାଇ ନିଖୋଜ ଅଛନ୍ତି। ସୂଚନା ଥାଉକି ସେ ଦଶମ ଶ୍ରେଣୀରେ ଅଧ୍ୟାୟନରତ ଥିଲେ। ଆଜି ରବିବାର ସକାଳ ଘ 9.15ମି ରେ ଗାଧୋଇବାକୁ ଯାଇଥିବା ବେଳେ ସୌଚ ହେବା ସମୟରେ ଅସାବଧାନତା ସହ ଗୋଡ଼ ଖସି ଯାଇଥିଲା।ସେହି ସମୟରେ ତାଙ୍କ ସହ ଥିବା ସାଙ୍ଗ ବଳରାମ ଡାକୁଆ ତାଙ୍କୁ ଉଦ୍ଧାର କରିବାରେ ବିଫଳ ହେବାପରେ ଗ୍ରାମ ବାସୀଙ୍କୁ ଯାଇ ଏହି ବିଷୟରେ ଅବଗତ କରାଇ ଥିଲା। ତୁରନ୍ତ ଗ୍ରାମବାସୀ ମାନେ ଯାଇ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି କରିବା ସହ ଧରାକୋଟ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।ଧରାକୋଟ ଅଗ୍ନିଶମ ବିଭାଗ ପହଞ୍ଚି ଗ୍ରାମ ବାସୀଙ୍କ ସହ ମିଶି ଖୋଜିବା  ଜାରି ରଖିଛି।ଖବର ସଂଗ୍ରହ ଶେଷସୁଧା ଲୋଚନ ମହାରଣାଙ୍କ କୌଣସି ପତା ମିନିନଥିବା ସୂଚନା ରହିଛି।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ

ads

Blog Archive

Popular Posts