ads

Breaking News

ଦଶମ ଶ୍ରେଣୀ ଇତିହାସ ବହିରେ ଶହୀଦ ପୀଠ ଓ ଶହୀଦଙ୍କୁ ଅସମ୍ମାନ ପ୍ରତିବାଦରେ ସ୍ମାରକ ପତ୍ର


 ବରୀ-ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୨୦୧୩ ମସିହାରୁ ପ୍ରକାଶ ପାଇଥିବା ଦଶମ ଶ୍ରେଣୀ ଇତିହାସ  ବହିର ୩୦,୩୧ ପୃଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ତ୍ରୁଟି ପରିଲକ୍ଷିତ ହୋଇଛି । ଏନେଇ ବରୀ ଅଂଚଳର ବୁଦ୍ଧିଜୀବୀ ମାନଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୋମବାର ଶିକ୍ଷା ପରିଷଦ ର ସଭାପତି ଙ୍କୁ ଅଗଷ୍ଟ ମାସ ୨୫ ତାରିଖ ସୁଦ୍ଧା ତ୍ରୁଟି ସଂଶୋଧନ ପାଇଁ ବରୀ ମଣ୍ଡଳ ଶିକ୍ଷା ଅଧିକାରୀ ଅଭୟ କୁମାର ବେହେରା ଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ଦେଶ ପାଇଁ ଇଂରେଜ ସିପାହୀ ମାନଙ୍କ ସହ ଲଢେ଼ଇ କରି ବରୀ ଅଂଚଳର  ୪ ଜଣ ଯୁବକ ଶହୀଦ ହୋଇଥିଲେ। ଦଶମ ଶ୍ରେଣୀ ଇତିହାସ ବହିରେ ୩ ଜଣ ଶହୀଦ ହୋଇଥିବା ପ୍ରକାଶ ପାଇଛି,  କଳାମାଟିଆ ସ୍ଥାନର ନାମ ପରିବର୍ତ୍ତେ କାଇପଦର ଉଲ୍ଲେଖ ରହିଛି । ଯାଜପୁର ଜିଲ୍ଲା ପରିବର୍ତ୍ତେ କଟକ ଜିଲ୍ଲା ଉଲ୍ଲେଖ ରହିଛି ।  ଏହା ୩୦ ଓ ୩୧ ପୃଷ୍ଠାରେ ପ୍ରକାଶିତ ହୋଇଛି ।  ପ୍ରକୃତ ପକ୍ଷେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ କଳାମାଟିଆ  ବୋଲି ପ୍ରକାଶ ପାଇବା କଥା ,ସାଉଁଟି ମଳିକ, ସାନଦ ସ୍ୱାଇଁ ,ହଡିବନ୍ଧୁ ପଣ୍ଡା ଓ ମାୟାଧର ଭୂୟାଁ ଙ୍କ ନାମ ଶହୀଦ ରେ ସ୍ଥାନ ପାଇବା ପରିବର୍ତେ ଜଣ ଙ୍କ ନାମ ନାହିଁ ।ଏଭଳି ତ୍ରୁଟି ସଂଶୋଧନ କରାନଗଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି। ଗୋପବନ୍ଧୁ ରମାଦେବୀ ଆଶ୍ରମ ବରୀ ର ସଭାପତି ପଦ୍ମ ଚରଣ ନାୟକଙ୍କ ନେତୃତ୍ୱରେ ସାମାଜିକ କର୍ମୀ ସତ୍ୟ କର , ଶିକ୍ଷାବିତ କୁଳମଣି ଶୁକ୍ଳ , ଇଂ-କାହ୍ନୁ ଚରଣ ବେଉରା ,  ରମାକାନ୍ତ ମଣ୍ଡଳ,ଇନ୍ଦୁମତି ସାହୁ  ସ୍ମିତା ସାମଲ,ସୀତା ରାଣୀ ଦେଓ, ଅଶୋକ ସାହୁ, ପ୍ରତାପ ଦାସ ପ୍ରମୁଖ  ଦାବି ପତ୍ର ଦେଇଥିବା ଜଣାପଡିଛି। 

ଯାଜପୁର ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts