ads

Breaking News

ଖୋର୍ଦ୍ଧା ଜିଲାରେ ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ


ଖୋର୍ଦ୍ଧା ----ଚାଲିଗଲେ ଟାଙ୍ଗୀ ଚାନ୍ଦପୁର ଅଞ୍ଚଳର ଲୋକପ୍ରିୟ ହୋଇଥିବା ଆଦର୍ଶ ଅଧ୍ୟାପକ ନୀଳାଦ୍ରି ସାହୁ(୫୨)। କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଦିନକୁ ଦିନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ଦିଗକୁ ଗତି କରୁଥିଲା।ତେବେ ରବିବାର ସକାଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ଟାଙ୍ଗୀ ଦୁର୍ଗା ଚରଣ ଚିଳିକା ମହାବିଦ୍ୟାଳୟରେ ସାହିତ୍ୟ ଅଧ୍ୟାପକ ଭାବେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରିୟ ଅଧ୍ୟାପକ ହୋଇପାରିଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରକାଶ ପରେ ସ୍ଥାନୀୟ ଶିକ୍ଷାବିତ୍ ଓ ଛାତ୍ରମାନେ ଭାଙ୍ଗି ପଡିଛନ୍ତି ।ଅଧ୍ୟପକ ନିଳାଦୀ ସାହୁ ଜଣେ ଅମାୟକ, ସ୍ପଷ୍ଟବାଦୀ ମେଳାପୀ ,ମିଷ୍ଟାଭାଷୀ ,ପରୋପକାରୀ ଓ କର୍ମଠ ଶିକ୍ଷକ ରୂପେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ ।ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ଥର ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତରରେ ପୁରସ୍କୃତ ହୋଇଥିଲେ। ତାଙ୍କ ମୃ‌ତ ଖବର ପାଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। 
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର

ads

Blog Archive

Popular Posts