ads

Breaking News

କାଜୁଆଲ ଠିକାଶ୍ରମିକମାନଙ୍କ ସମସ୍ୟା ସମାଧାନ ପାଇଁ ଦାବିପତ୍ର ପ୍ରଦାନ

ବେଗୁନିଆ--ଖୋର୍ଦ୍ଧା ଟେଲିକମ ଜିଲ୍ଲାରେ କାର୍ଯ୍ୟ କରୁଥିବା କାଜୁଆଲ ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ବେଗୁନିଆ ଟେଲିଫୋନ ଏକ୍ସଚେଞ୍ଜ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ଖୋର୍ଦ୍ଧା ଟେଲିକମ ଏସ ଡ଼ି ଓଙ୍କ ମାଧ୍ୟମରେ ଏ ଜି ଏମ ଙ୍କୁ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରିଥିବାର ଜଣା ପଡିଛି । ୧୯୯୫ ମସିହାରୁ ଖୋର୍ଦ୍ଧା ଏସ ଡ଼ି ଓ ଙ୍କ ଅଧୀନରେ କାର୍ଯ୍ୟ କରୁଥିବା କାଜୁଆଲ ଠିକା ଶ୍ରମିକ ମାନଙ୍କୁ ବି ଏସ ଏନ ଏଲ ତରଫରୁ ମାସିକ ୧୦ହଜାର ଟଙ୍କା ଦରମା ସହିତ ଇ ପି ଏଫ ଏବଂ ଇ ଏସ ଆଇ ମିଳୁଥିବାବେଳେ ଏବେ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ ସମୟ ଧରି ଦରମା ସହିତ ଇ ପି ଏଫ କିମ୍ବା ଇ ଏସ ଆଇ ମିଳୁନାହିଁ । କାଜୁଆଲ ଠିକା ଶ୍ରମିକ ମାନେ ବ୍ଲକର ଆଭ୍ୟନ୍ତରିଣ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏବେ ବି ଏସ ଏନ ଏଲ ତାର କାର୍ଯ୍ୟ ଠିକାଦାର ମାଧ୍ୟମରେ କରୁଥିବାବେଳେ ଠିକାଦାର କାଜୁଆଲ ଶ୍ରମିକମାନଙ୍କୁ ସ୍ୱଳ୍ପ ପାରିଶ୍ରମିକ ଦେଇ ଶ୍ରମିକ ମାନଙ୍କୁ ଶୋଷଣ କରିବାକୁ ଚାଁହୁଥିବାବେଳେ ଠିକାଶ୍ରମିକ ମାନେ ସେଥିରେ ରାଜି ହେଉନାହାନ୍ତି । ଫଳରେ ବି ଏସ ଏନ ଏଲ ର ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ଯେଉଁ ସମସ୍ୟା ରହୁଛି ତାର ସମାଧାନ ହୋଇପାରୁନାହିଁ ।ସେଥିପାଇଁ ସରକାରୀ କାର୍ୟଳୟଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ହୀନସ୍ତା ହେଉଥିବାର ଦେଖିବାକୁ ମିଳୁଛି ।ଠିକାଦାରଙ୍କ ଠାରୁ କମ ବେତନ ନେଇ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହେଁ ଏବଂ ଏହା ଶ୍ରମ ଆଇନର ବିରୁଦ୍ଧାଚରଣ ବୋଲି ସଂଘର ନେତାମାନେ ଜଣାଇଥିବାବେଳେ ସେମାନେ ଉପଯୁକ୍ତ ପାରିଶ୍ରମିକ ନପାଇବା ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି କର୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନଙ୍କୁ ଥାନା, କୋର୍ଟ ଏବଂ କଚେରୀର ଭୟ ଦେଖାଯାଉଛି ବୋଲି ସଂଘର ସଭାପତି ଗୋବିନ୍ଦ ବେହେରା ଉପସଭାପତି କପିଳେଶ୍ୱର ବେହେରା, ସନାତନ ବେହେରା ଏବଂ ଗୋପବନ୍ଧୁ ସୁବୁଦ୍ଧି ପ୍ରମୁଖ ଜଣାଇଛନ୍ତି । 
ବେଗୁନିଆ ରୁ ଯୋଗେଶ୍ୱର ପଣ୍ଡା

ads

Blog Archive

Popular Posts