ads

Breaking News

ପୁରୀ ଜିଲ୍ଲାରେ ଲକ୍ ଡାଉନ୍ କଟକଣା ସାମାନ୍ୟ କୋହଳ


ପୁରୀ - ଦ୍ୱିତୀୟ ପର୍ଯ୍ୟାୟରେ ଚାଲିଥିବା ଲକଡାଉନ ରେ ଥିବା କିଛି କଟକଣା ରେ ସାମାନ୍ୟ କୋହଳ ହୋଇଛି ପୁରୀ ଜିଲ୍ଲାରେ। ଜିଲାପାଳ ବଲବନ୍ତ ସିଂ ଏହି ସୂଚନା ଦେଇଛନ୍ତି। ପୁରୀ ଜିଲାପାଳ ଙ୍କ ସୂଚନା ଅନୁଜାୟୀ ଗ୍ରାମାଞ୍ଚଳରେ କୃଷି କାର୍ଯ୍ୟ ସମେତ , ମତ୍ସ ବ୍ୟବସାୟ ଓ କାରବାର , ହର୍ଟିକଲଚର ଏବଂ ଘର ନିର୍ମାଣ କାର୍ଯ୍ୟ ରେ ନୀୟମ କୋହଳ ହେବ। ଏଥିରେ ଶ୍ରମିକ ମାନେ ସାମାଜିକ ଦୂରତ୍ୱ ରଖି ମାସ୍କ ପିନ୍ଧି କାର୍ଯ୍ୟ କରି ପାରିବେ। ସେହିପରି ସହରାଞ୍ଚଳରେ ଲକ ଡାଉନ ଭଳି ପରିସ୍ଥିତି ଜାରି ରହିବ। କେଵଳ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକ ମାନେ ବଜ଼ାର ଯାଇ ପାରିବେ। ସାମାଜିକ ଦୂରତ୍ୱ ସହ ମାସ୍କ ପିନ୍ଧିବା ଲୋକ ଙ୍କ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୁରୀ କୁ ପ୍ରବେଶ ପଥ ପୂର୍ଵ ଭଳି ସିଲ ରହିବ। ଅନ୍ୟପଟେ ପୁରୀ ଜିଲାର ପ୍ରଥମ କରୋନା ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି। ତେବେ ସ୍ଥିତି ଉପରେ ଜିଲା ପ୍ରଶାସନ ନଜର ରଖିଛି। ସେହିପରି ପୁରୀ ଜିଲା ବାସି ଲକ ଡାଉନ କୁ ଯେଉଁ ପରି ସମର୍ଥନ ଦେଇ ଛନ୍ତି ତାକୁ ନେଇ ଜିଲାପାଳ ପୁରୀ ବାସିନ୍ଦା ଙ୍କୁ ଧନ୍ୟବାଦ ଦେଇଛନ୍ତି। ସାମାଜିକ ଦୂରତ୍ୱ କୁ ବଜାୟ  ରଖିବା ସହ ମାସ୍କ ପିନ୍ଧିବା , ବାରମ୍ବାର ସାବୁନ ରେ  ହାତ ଧୋଇବା, ଅତି ଜରୁରୀ ନ ହେଲେ ଘରୁ ନବହାରି ବାକୁ ଜିଲାପାଳ ବଲବନ୍ତ ସିଂ ପରାମର୍ଶ ଦେଇଛନ୍ତି ।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts